SunstarTV
ଆସନ୍ତା ଜୁଲାଇରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଅମ୍ବାନୀ ଓ ରାଧିକା ମରଚାଣ୍ଟ। ଯାହା ସୂଚନା ମିଳୁଛି ଉଭୟଙ୍କର ଏହି ଗ୍ରାଣ୍ଡ ୱେଡିଂ ସେରେମନି ଲଣ୍ଡନରେ ହୋଇପାରେ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିପାଇଁ ଅନେକ ବଲିଉଡ ତାରକାଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠା ସରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଉଭୟ ଦୁବାଇରେ ନିଜ ବିବାହ ପାଇଁ ସପିଂ କରୁଥାଇପାରନ୍ତି ବୋଲି କୁହାଯାଉଛି ।
ଦେଶ ତଥା ବିଶ୍ବର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବାହାଘର ଜୁଲାଇ ମାସରେ ହେବ। ସେ ରାଧିକା ମର୍ଚାଣ୍ଟଙ୍କ ହାତ ସାତ ଜନ୍ମ ପାଇଁ ଧରିବେ। ନିକଟରେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ବ ତଥା ଦେଶର ବଡ଼ବଡ଼ ହସ୍ତୀମାନେ ଯୋଗ ଦେଇଥିଲେ।
ବଲିଡର ୩ ଖାନଙ୍କ ଠାରୁ ଆରମ୍ଭ କରି ହଲିଉର ରିହାନା ଭଳି ସେଲିବ୍ରେଟୀ ଜାମନଗରର ଗାଲା ଇଭେଣ୍ଟରେ ନିଜର ଯାଦୁ ଦେଖାଇଥିଲେ।
ଗୋଟିଏ ସୂତ୍ରରୁ ଜଣାପଡ଼ିଛି ଯେ ଲଣ୍ଡନରେ ଥିବା ଅମ୍ବାନୀ ପରିବାରର ଷ୍ଟୋକ ପାର୍କ ଇ-ଷ୍ଟେଟରେ ବାହାଘର ଜୁଲାଇ ମାସରେ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ନୀତା ଅମ୍ବାନୀ ନିଜେ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି।
ଜାମନଗର ପ୍ରି-ୱେଡିଂ ବେଳେ ଅତିଥିମାନଙ୍କୁ ନିମନ୍ତ୍ରଣପତ୍ର ସହ ଡ୍ରେସ୍ କୋଡ୍ ସମ୍ପର୍କରେ ୯ ପୃଷ୍ଠାର ସୂଚନା ଦିଆଯାଇଥିଲା। ବାହାଘରରେ ମଧ୍ୟ ସେମିତି କିଛି କରାଯାଇଛି। ତେବେ ବାହାଘରର ଥିମ ସମ୍ପର୍କରେ ସୂଚନା ମିଳିନି। କିନ୍ତୁ କୁହାଯାଉଛି ଯେ ଲଣ୍ଡନରେ ବାହାଘର କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। କକଟେଲ/ସଙ୍ଗୀତ ନାଇଟର ମଧ୍ୟ ବ୍ୟବସ୍ଥା ହେବ।
ଗଣମାଧ୍ୟମ ସୂଚନାଅନୁସାରେ, ଅନନ୍ତ ଓ ରାଧିକା ଉଭୟ ପରସ୍ପରକୁ ପିଲାଟି ଦିନରୁ ଜାଣିଛନ୍ତି । ୨୦୧୮ ମସିହାରେ ସମାନ ଢଙ୍ଗରେ ପୋଷାକ ପରିଧାନ କରି ଉଭୟ ଚର୍ଚ୍ଚାକୁ ଆସିଥିଲେ । ରାଧିକାଙ୍କୁ ଅନେକ ସମୟରେ ଅମ୍ବାନୀ ପରିବାରର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।