SUNSTARTV
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରେ ଚଞ୍ଚଲ୍ୟ । ଜାଗା ହଡପ କରିବାକୁ ପଡୋଶୀ ଙ୍କ ତୁମୁଳ କାଣ୍ଡ । ନିରୀହ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲେ ପଡୋଶୀ ମନୋରଞ୍ଜନ ସ୍ୱାଇଁ ଓ ତା ସହଯୋଗୀ ମାନେ । ଅଭିଯୁକ୍ତମାନଙ୍କର ଅତ୍ୟାଚାରର ସୀମା ଲଙ୍ଘିଲା.ପଡୋଶୀ ମହିଳା ରଜନୀ ବାଳା ଜେନାଙ୍କୁ ମାଡ଼ ମାରିବା ସହ ଶାଢ଼ୀ ଭିଡି ଅସଦ ଆଚରଣ ଉଦ୍ୟମ କଲେ ମନୋରଞ୍ଜନ ସ୍ୱାଇଁ,କୈଳାସ ସ୍ୱାଇଁ, ଉତ୍ତମ ସ୍ୱାଇଁ ଓ ତାଙ୍କ ସହଯୋଗୀ ମାନେ । ଶେଷରେ କୁଦାନଗରି ଥାନାରେ ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଓଡିଶା ପୋଲିସ ଡିଜିଙ୍କୁ ଅଭିଯୋଗ ହୋଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କରିଲୋ ପାଟଣା ଗ୍ରାମର ରାଜୀବ ଲୋଚନ ବଳ ଓ ରଜନୀ ବାଳା ଜେନାଙ୍କର ଏକ ଦୁଇଶହ ଷାଠିଏ ନମ୍ବର ପ୍ଲଟକୁ ପଡୋଶୀ ମନୋରଞ୍ଜନ ସ୍ୱାଇଁ ଓ ତାଙ୍କ ସାଥି ମାନେ ହଡପ କରିଥିବା ନେଇ କେନ୍ଦ୍ରାପଡ଼ା କୋର୍ଟରେ କେଶ ଚାଲିଥିବା ବେଳେ ସେହି ଜାଗା ଉପରେ ଇଞ୍ଜେକ୍ସନ ସୁଟ ହୋଇଛି। କିନ୍ତୁ ରାଜୀବ ଲୋଚନଙ୍କ ଅଭିଯୋଗ ଅନୁଯାୟୀ ପଡୋଶୀ ମନୋରଞ୍ଜନ ସ୍ୱାଇଁ, କୈଳାସ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ରଘୁନାଥ ସ୍ୱାଇଁ,ପ୍ରସନ ସ୍ୱାଇଁ, ଉତ୍ତମ ସ୍ୱାଇଁ ପ୍ରମୁଖ ସେହି ଜାଗାକୁ ହଡପ କରି କୋର୍ଟଙ୍କ ନିୟମ ଅବମାନନା କରିଚାଲିଥିଲେ । ଏନେଇ ରାଜୀବ ଲୋଚନ ଓ ରଜନୀ ଵାଲା ଅଭିଯୋଗ କରିଵାରୁ ମନୋରଞ୍ଜନ ସ୍ୱାଇଁ ଓ ତା ସହଯୋଗୀ ମାନେ ରାଜୀବ ଲୋଚନ ବଳଙ୍କ ଘରେ ପସି ରାଜୀବଙ୍କୁ ମାଡ଼ ମାରିବା ସହ ରଜନୀ ବାଳା ଜେନାଙ୍କ ଶାଢ଼ୀ ଭିଡି ଅସଦ ଆଚରଣ କରି ବଳାତ୍କାର ଉଦ୍ୟମ କରୁଥିଲେ ।
ଏନେଇ କୁଦାନଗରୀ ଥାନା ରେ ଅଭିଯୋଗ ହୋଇଥିଲେବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କି ସେ ସମୟରେ କେଶକୁ ତଦନ୍ତ କଲେନାହିଁ । ପଡୋଶୀଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅସହାୟ ମହିଳା ରଜନୀ ଵାଳା ଜେନା ଶେଷରେ ନ୍ୟାୟ ଭିକ୍ଷା ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ଜଣାଇବା ସହ ଓଡିଶା ଡିଜି ପୋଲିସ କାର୍ଯାଳୟକୁ ମଧ୍ୟ ନିଜ ଅଭିଯୋଗ ପତ୍ର ପଠାଇଛନ୍ତି । ତେବେ କୁଦାନଗରୀ ଥାନା ପୋଲିସ ଏଭଳି ଏକ ସଂଗୀନ ଘଟଣାକୁ ତଦନ୍ତ କରି ନଥିବାରୁ ନ୍ୟାୟ ପାଇବାରୁ ବଂଚିତ ଅଛନ୍ତି ନିରୀହ ଦମ୍ପତି ଓ କେଶ ଥାନାରେ ରେଜେଷ୍ଟ୍ରି ହୋଇଛି କି ନାହିଁ ତାହା ମଧ୍ୟ ଜାଣିବାରୁ ବଂଚିତ ଅଛନ୍ତି ଅଭିଯୋଗକାରି । ଏନେଇ ସେ ଡିଜି ପୋଲିସଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ସବୁ ଦର୍ଶାଛନ୍ତି । ତେବେ ତାଙ୍କ ଜାଗା ହଡପ କରିବାକୁ ପଡୋଶୀଙ୍କ ଚକ୍ରାନ୍ତ ଓ ଏଭଳି ସଂଗୀନ ଅପରାଧ ଘଟାଇ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜୀବ ଲୋଚନ ଓ ରାଜନୀବାଳା ।