SUNSTARTV
Dream Interpretation:ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧାରଣ ଏବଂ ସ୍ୱଭାବିକ କଥା । ବେଳେ ବେଳେ କିଛି ସ୍ୱପ୍ନ ଖରାପ ହୋଇଥାଏ ତ ଆଉ କିଛି ସ୍ୱପ୍ନ ମହୁତ ସୁନ୍ଦର ଏବଂ ଭଲ ହୋଇଥାଏ । ଯାହାକି ବ୍ୟକ୍ତିକୁ ଆନନ୍ଦ ପ୍ରଦାନ କରେ । ତେବେ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର ଜ୍ୟୋତିଷ ଶାସ୍ତ୍ର ପରି ସ୍ୱପ୍ନ ଶାସ୍ତ୍ର ମଧ୍ୟ ରହିଛି । ଏହି ଶାସ୍ତ୍ର ଅନୁସାରେ ବ୍ୟକ୍ତି ସ୍ୱପ୍ନରେ ଦେଖିଥିବା ପ୍ରତ୍ୟେକଟି ଜିନିଷର କିଛି ନା କିଛି ଅର୍ଥ ରହିଥାଏ । ଯାହାକି ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର ସଂକେତ ଦେଇଥାଏ । ତେବେ ଆମେ ଆଜି ଆପଣଙ୍କୁ କିଛି ଏମିତି ସ୍ୱପ୍ନ ବିଷୟରେ ଜଣାଇବାକୁ ଯାଉଛୁ ଯାହା ବହୁତ ଶୁଭ ବୋଲି ବିବେଚନା କରାଯାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଶୁଭ ସଂକେତ ବିଷୟରେ ।
୧.ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ଗୋଲାପ ଫୁଲ ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଉପରେ ମା ଲକ୍ଷ୍ମୀ ବହୁତ ଖୁସି ଅଛନ୍ତି ଏଭଂ ତାଙ୍କ ଶୁଭ ଦୃଷ୍ଟି ରଖିଛନ୍ତି । ଫଳରେ ଆପଣ ଅର୍ଥିକ ସମସ୍ୟାରୁ ମୁକ୍ତି ପାଇବା ସହ ଧନ ଲାଭର ମଧ୍ୟ ଯୋଗ ରହିଛି । ଏହା ବ୍ୟତୀତ ସ୍ୱପ୍ନରେ ଗୋଲପ ଫୁଲ ଦେଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଆପଣଙ୍କ କୌଣସି ସ୍ୱପ୍ନ ପୁରଣ ହେବାର ସମ୍ଭାବନା ଥାଏ ।
୨.ସ୍ୱପ୍ନରେ ଶୁଆ ଦେଖିବା: ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ସ୍ୱପ୍ନରେ ଶୁଆ ଦେଖାଯାଏ ତାହାଲେ ଏହା ଆପଣଙ୍କୁ କିଛି ଶୁଭ ସଂକେତ ଦେଇଥାଏ । ଫଳରେ ଆପଣଙ୍କୁ ଖୁବ ଶୀଘ୍ର କିଛି ଖୁସି ଖବର ମିଳିପାରେ । ଏଥିସହିତ ଜୀବନରେ ସୁଖ ଶାନ୍ତିର ବର୍ଷା ହୋଇଥାଏ ।
୩.ସ୍ୱପ୍ନରେ ଧନ ସମ୍ପତ୍ତି ଦେଖିବା: ଯଦି ଆପଣ ସ୍ୱପ୍ନରେ ଟଙ୍କା, ପଇସା କିମ୍ବା କୌଣସି ପ୍ରକାରର ଧନ ଦୌଲତ ଦେଖନ୍ତି ତାହାଲେ ଏହି ସ୍ୱପ୍ନ ଆପଣଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିଥାଏ । ଏହା ଭବିଷ୍ୟତରେ ହେବାକୁ ଥିବା ଧନ ବୃଦ୍ଧିର ସଂକତ ଦେଇଥାଏ । ଏହା ବ୍ୟତୀତ ଯଦି ଆପଣ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହାଲେ ଆପଣ ଖୁବ ଶୀଘ୍ର ଏଥିରୁ ମୁକ୍ତି ପାଇବେ ।
୪.ନିଜେ ଗରିବ ହେବାର ସ୍ୱପ୍ନ: ଯଦି ଆପଣ ସ୍ୱପ୍ନରେ ନିଜକୁ ଦରିଦ୍ର ହେବାର ଦେଖୁଛନ୍ତି ତାହାଲେ ବ୍ୟସ୍ତ ହେବାର କୌଣସି କଥା ନାହିଁ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏପରି ସ୍ୱପ୍ନ ଦେଖିବାର ଅର୍ଥ ଭବିଷ୍ୟତରେ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ସୃଦୁଢ ହେବାକୁ ଯାଉଛି । ଆପଣ ଭବିଷ୍ୟତରେ କୌଣସି ସମ୍ପତ୍ତିର ମାଲିକ ହେବାର ସମ୍ଭାବନା ରହିଥାଏ ।
୫.ସ୍ୱପ୍ନରେ ବର୍ଷା ଦେଖିବାର ଅର୍ଥ: ସ୍ୱପ୍ନରେ ବର୍ଷା ଦେଖିବା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ଯଦି କୌଣସି ବ୍ୟବସାୟ କରୁଛନ୍ତି ତାହାଲେ ଆପଣଙ୍କୁ ଏକ ବଡ ଅଫର ମିଳିପାରେ । ଏଥିସହିତ ଭବିଷ୍ୟତରେ ଆପଣ ଆର୍ଥିକ ଲାଭ ପାଇପରନ୍ତି । କୁହାଯାଇପାରେ କି ଆପଣଙ୍କ କାର୍ଯ୍ୟରେ ଭାଗ୍ୟର ସହେଯାଗ ମିଳିବ ।