ଗତ କିଛି ଦିନ ହେବ ବି ଟାଉନରୁ ଆସୁଛି ଅନେକ ରୋଚକ ଖବର । ଯାହାକି ବଲିଉଡ ଜଗତକୁ ଚର୍ଚ୍ଚାରେ ରଖୁଛି । ପୂର୍ବରୁ ସେହିଭଳି କିଛି ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଆଉ ଏକ ଖବର ଫ୍ୟାନ୍ସଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ବଲିଉଡର କୁଲ କୁଇନ୍ ଅଭିନେତ୍ରୀ ଶ୍ରଦ୍ଧା କାପୁରଙ୍କୁ ନେଇ ଏଇ ଖବରଟି ଆସିଥିବା ଜଣାପଡିଛି । ଯହାକୁ ଫ୍ୟାନ୍ସମାନେ ସହଜରେ ବିଶ୍ୱସ କରିପାରୁ ନାହାଁନ୍ତି । ତେବେ ବଲିଉଡ କୁଇନ୍ ଶ୍ରଦ୍ଧା କାପୁର ତାଙ୍କର ନିଖୁଣ ଅଭିନୟ, ନାଚ, ଗୀତ ଏବଂ ଫ୍ୟାସନ ପାଇଁ ସଦା ସର୍ବଦା ଲାଇମ୍ ଲାଇଟରେ ରହିଥାନ୍ତି । ତାଙ୍କର ଫିଲ୍ମ ଦଶର୍କକଙ୍କ ହୃଦୟ ଛୁଇଁବା ସହ ସେ ସୋସିଆଲ ମିିଆରେ ମଧ୍ୟ ଖପବ ସକ୍ରୀୟ ରହିଥାନ୍ତି । ତେବେ ବର୍ତ୍ତମାନ ଶ୍ରଦ୍ଧା କାପୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର କିନ୍ତୁ ଫିଲ୍ମ ପାଇଁ ନୁହେଁ ବରଂ ଅନ୍ୟକିଛି କାରଣ ପାଇଁ ସେ ଲୋକ ଲୋଚନକୁ ଆସିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ଶ୍ରଦ୍ଧା କାପୁରଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି । ଯାହାକୁ ଦେଖିଲେ କେହି ବି ଭିଡିଓଟିକୁ ସହଜରେ ବିଶ୍ୱସ କରିପାରୁ ନାହାଁନ୍ତି । କାରଣ ଅଭିନେତ୍ରୀ ଶ୍ରଦ୍ଧା କାପରୁ ଏକ ସୁନା ଦୋକାନରେ ସେଲସ ଗାର୍ଲ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପରେ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଚିନ୍ତାରେ ପଡିଛନ୍ତି ।
ତେବେ କୁଲ କୁଇନ୍ ଶ୍ରଦ୍ଧା ନିକଟରେ ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ସୁନା ଦେକାନରେ ସେଲସ ଗାର୍ଲ ଭାବେ କାମ କରିବା ସହ କିଛି ସୁନା ମଧ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ତେବେ ସେ କାହିଁ କି ଏପରି କରିଛନ୍ତି ତାକୁ ନେଇ ଚିନ୍ତାରେ ଫ୍ୟାନ୍ସ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର ।
ମିଡିଆ ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ହେବ ଶ୍ରଦ୍ଧା କାପୁର ତାଙ୍କ ଜ୍ୱେଲାରୀ ବ୍ରାଣ୍ଡର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି । ସେ ଏଥିପାଇଁ ଏକ ସେଲସ ଓମେନ୍ ଭାବରେ ନଜର ଆସିଥିଲେ । ଶ୍ରଦ୍ଧା ତାଙ୍କ ବ୍ରାଣ୍ଡକୁ ପୁଣେ ଷ୍ଟୋରରେ ୧୦,୯୦୦ ଟଙ୍କାରେ ବିକ୍ରି କରିଥିବା ଜଣାପଡିଛି । ତେବେ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କାପୁର ତାଙ୍କର ଏହି ସେଲସ ଗାର୍ଲ ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିସହିତ ସେ ଭିଡିଓ କ୍ୟାପସନରେ ଲେଖିଛନ୍ତି “୧୦ ମେ ସେ କିତନେ ମାର୍କ ? ମେରି ପେହେଲି ବିକ୍ରି ପୁଣେ ଷ୍ଟୋର “ ଅର୍ଥାତ ୧୦ ମାର୍କରୁ କେତେ ମାର୍କ ମୋର ପ୍ରଥମ ବିକ୍ରି ପୁଣେ ଷ୍ଟୋରରେ । ତେବେ ଶ୍ରଦ୍ଧାଙ୍କ ଏହି ଭିଡିଓଟି ଭାଇରାଲ ହେବାପରେ ଫ୍ୟାନ୍ସମାନେ ତାଙ୍କୁ ଖୁବ ପ୍ରଶଂସା କରିବା ସହ ତାଙ୍କ ବ୍ରାଣ୍ଡ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।