SUNSTARTV
Shrikhandiborn: ହିନ୍ଦୁ ଧର୍ମରେ ୪ଟି ବେଦ ରହିଛି, ଯେଉଁଥିରେ ମହାଭାରତ କୁ ପଞ୍ଚମ ବେଦ ଭାବରେ ଗ୍ରହଣ କରାଯାଇ ଥାଏ l ଏହାଛଡା ମହାଭାରତ ଗୋଟିଏ ପ୍ରାସଙ୍ଗିକ ଗ୍ରନ୍ଥ ମଧ୍ୟ ଅଟେ l ମହାଭାରତରେ ଅନେକ ଗୁଡିଏ ରୋଚକ ଓ ରହସ୍ୟମୟୀ ପାତ୍ର ମଧ୍ୟ ରହିଛନ୍ତି l ସେଥି ମଧ୍ୟରୁ ଶ୍ରୀଖଣ୍ଡୀ ଜଣେ, ଶ୍ରୀଖଣ୍ଡୀ ଙ୍କ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି, କୁହାଯାଏ ଯେ ଶ୍ରୀଖଣ୍ଡୀ ହିଁ ପିତାମହ ଭୀଷ୍ମ ଙ୍କ ମୃତ୍ୟୁର କାରଣ ଥିଲା l ଶ୍ରୀଖଣ୍ଡୀ କୁ ନେଇ ଯଦି କୌଣସି କଥାର ଅଧିକ ଚର୍ଚା ହୋଇଥାଏ ତାହା ହେଉଛି ତାର ଲିଙ୍ଗ, ଶ୍ରୀଖଣ୍ଡୀ ର ଜନ୍ମ ଗୋଟିଏ କନ୍ୟା ଭାବରେ ହୋଇଥିଲା, କିନ୍ତୁ ସେ ପୁରୁଷ ହୋଇଯାଇ ଥିଲା l
କିଏ ଥିଲା ଶ୍ରୀଖଣ୍ଡୀ ?
ଶ୍ରୀଖଣ୍ଡୀର ଜନ୍ମ ପାଞ୍ଚାଳ ଦେଶରେ ରାଜା ଦ୍ରୁପଦଙ୍କ ଘରେ ହୋଇଥିଲା l କିନ୍ତୁ ଏହି ସମୟରେ ଆକାଶବାଣୀ ହୋଇଥିଲା ଓ ରାଜା ତାଙ୍କୁ ଜଣେ ବାଳକ ଭାବରେ ପାଳନ କରିଥିଲେ, ତାର ଲାଳନ ପାଳନ ଗୋଟିଏ ବାଳକ ପରି ହେବା ସତ୍ୱେ ମଧ୍ୟ କିନ୍ତୁ ପ୍ରକୃତରେ ସେ ଗୋଟିଏ କନ୍ୟା ଥିଲା l ରାଜା ତାଙ୍କର ବିବାହ ଜଣେ କନ୍ୟା ସହିତ କରାଇବା ପରେ ତାର ପତ୍ନୀ ସମସ୍ତ ସତ୍ୟତା ଜାଣିବା ପରେ ତାକୁ ଛାଡି ଚାଲିଗଲା l ଏହାପରେ ସମସ୍ତେ ଶ୍ରୀଖଣ୍ଡୀଙ୍କୁ ତିରସ୍କାର କରିଥିଲେ, ଏବଂ ସେ ଏହି ତିରସ୍କାରର ବ୍ୟଥାକୁ ସହି ନପାରି ଆତ୍ମହତ୍ୟା କରିବା ପାଇଁ ସ୍ଥିର କଲେ, ଏବଂ ଜଙ୍ଗଲ ଅଭିମୁଖେ ଚାଲିଯାଇ ଥିଲେ l ଠିକ ସେହି ସମୟରେ ସ୍ତୁଣକର୍ଣ ନାମକ ଯକ୍ଷ ପ୍ରକଟ ହୋଇ ଶ୍ରୀଖଣ୍ଡୀଙ୍କୁ ନିଜର ପୁରୁଷାର୍ଥ ଉଦ୍ଧାର ଆକାରରେ ଦେଇଥିଲେ l ଏବଂ ଯକ୍ଷ ଜଣଙ୍କ କହିଥିଲେ ଯେ ଯେତେବେଳେ ତମର କାର୍ଯ୍ୟ ସମ୍ପୂର୍ଣ ହୋଇଯିବ, ମତେ ମୋର ପୁରୁଷାର୍ଥ ଫେରାଇ ଦେବ l କିନ୍ତୁ ଶ୍ରୀଖଣ୍ଡୀ ପୁରୁଷତ୍ୱ ଲାଭ କରିବା ପରେ ଖୁସିରେ ଯକ୍ଷରାଜଙ୍କ କଥାକୁ ଭୁଲିଗଲେ ଓ ପୁରୁଷତ୍ୱ ଫେରାଇବା ପାଇଁ ମନା କରିଥିଲେ l ଏହାପରେ ଯକ୍ଷ କ୍ରୋଧରେ ଶ୍ରୀଖଣ୍ଡୀଙ୍କୁ ଅଭିଶାପ ଦେଇଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଏହି ଧରାପୃଷ୍ଠରେ ଥିବ ପୁରୁଷତ୍ୱ ଲାଭ କରିପାରିବ ନାହିଁ l
ପୂର୍ବ ଜନ୍ମରେ ରାଜକୁମାରୀ ଥିଲେ ଶ୍ରୀଖଣ୍ଡୀ –
ଶ୍ରୀଖଣ୍ଡୀ ପୂର୍ବ ଜନ୍ମରେ ଜଣେ ରାଜକୁମାରୀ ଥିଲେ, ଯାହାଙ୍କ ନାମ ଆମ୍ବା ଥିଲା l ଯେତେବେଳେ ଆମ୍ବାର ସ୍ଵୟମ୍ବର ହୋଇଥିଲା ସେତେବେଳେ ଭୀଷ୍ମ ତାର ଅପହରଣ କରିଥିଲେ l କାହିଁକି ଭୀଷ୍ମ ଆମ୍ବାଙ୍କ ବିବାହ ନିଜ ଭାଇ ବିଚିତ୍ର ବୀର୍ଯ୍ୟ ସହିତ କରାଇବାକୁ ଚାହୁଁଥିଲେ l ଯେତେବେଳେ ଆମ୍ବା ଏହାର ବିରୋଧ କରିଥିଲେ ଭିଷ୍ମ ତାକୁ ଛାଡି ଦେଇଥିଲେ l କିନ୍ତୁ ଅମ୍ବା ଭୀଷ୍ମଙ୍କ ନିକଟରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ, ଏବଂ ପର୍ଶୁରାମଙ୍କ ସାହାଯ୍ୟ ନେଲେ l କିନ୍ତୁ ପର୍ଶୁରାମ ମଧ୍ୟ ଭୀଷ୍ମ ଙ୍କୁ ହରାଇ ପାରିଲେ ନାହିଁ l ଏହାପରେ ଅମ୍ବା ଭଗବାନ ଶିବଙ୍କର ତପସ୍ୟା କଲେ ଏବଂ ଶିବ ତାଙ୍କୁ ବରଦାନ ଦେଲେ ଯେ ଏହି ଜନ୍ମରେ ତ ଏହା ସମ୍ଭବ ନୁହେଁ ,କିନ୍ତୁ ପରଜନ୍ମରେ ତୁମେ ଭୀଷ୍ମଙ୍କ ମୃତ୍ୟୁର କାରଣ ହେବ l ଏବଂ ପରଜନ୍ମରେ ଅମ୍ବାଙ୍କ ଜନ୍ମ ଶ୍ରୀଖଣ୍ଡୀ ଭାବରେ ହୋଇଥିଲା l