SUNSTARTV
ପିପିଲି: ଆଉ କିଛି ଦିନ ପରେ ଆରମ୍ଭ ହେବ ମତଦାନ । ଯାହାକୁ ନେଇ ଏବେ ପ୍ରସ୍ତୁତ ସମସ୍ତ ରାଜନୀତିକ ଦଳ । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ପ୍ରତିଶ୍ରୁତିର ନୌକାରେ ବସିଛନ୍ତି ପ୍ରାର୍ଥୀ । କିଏ ଭୋଟରଙ୍କୁ ମାଳମାଳ ଯୋଜନାର ସ୍ବପ୍ନ ଦେଖାଉଛି ତା ଆଉ କିଏ ଏହାକୁ ବାସ୍ତବ ରୂପ ଦେଉଛି । ତେବେ ଏହାରି ମଧ୍ୟରେ ବହୁଚର୍ଚ୍ଚିତ ପିପିଲି ନିର୍ବାଚନ ମଣ୍ଡଳୀ ସରଗରମ ହୋଇ ଉଠିଛି । ମହାରଥିର ଗଡ କୁହାଯାଉଥିବା ପିପିଲିରେ ଏବେ ଖୁବ ସକ୍ରିୟ ଅଛନ୍ତି ଜୁନିଅର ମହାରଥୀ । ଲୋକଙ୍କ ସମସ୍ୟା ବୁଝିବା ସହ ଦଳର ମଧ୍ୟ ଭରସା ରଖିଛନ୍ତି । ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ରୁଦ୍ର ମହାରଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଆଉ ଚଳିତ ସାଧାରଣ ନିର୍ବାଚନ ପାଇଁ ବିଧାୟକ ପାର୍ଥି ଭାବେ ଦଳ ତାଙ୍କୁ ଟିକେଟ ଦେଇଛି ।
ତେବେ ରୁଦ୍ର ମହାରଥୀ ଟିକେଟ ପାଇବା ପରେ ତାଙ୍କ ସଙ୍ଗଠନକୁ ଆହୁରି ସକ୍ରିୟ କରିଛନ୍ତି । ଏଥିସହିତ ପ୍ରଚାର ଅଭିଯାନ ମଧ୍ୟ ଜାରି ରଖିଛନ୍ତି । ତାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବାଇକ ଶୋଭାଯାତ୍ରାରେ ଘରଘର ବୁଲି ଦଳ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଏଥି ସହିତ ଲୋକଙ୍କ ସମସ୍ୟା ବିଷୟରେ ମଧ୍ୟ ପଚାରି ବୁଝୁଛନ୍ତି । ତେବେ ବିଜେଡି ବିଧାୟକ ରୁଦ୍ର ମହାରଥୀ ଆଜି ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦାରଦେଇ ପଞ୍ଚାୟେତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳେ ଓ ସନ୍ଧ୍ୟାରେ ବିଜେଡି ପ୍ରଚାର ଜୋରଦାର ହେଉଛି । ଗାଁ ଗାଁରେ ବିଜେଡି ପ୍ରତି ରହିଛି ବିପୁଳ ସମର୍ଥନ । ଯାହାକୁ ଦେଖିଲେ ଲାଗୁଛି ଚଳିତ ନିର୍ବାଚନରେ ପୁଣି ଥରେ ପିପିଲିରେ ବାଜିବ ଶୁଭ ଶଙ୍ଖ । ଆଉ ମହାରଥିର ଗଡ କୁଆଯାଉଥିବା ପିପିଲିର ଜନସାଧାରଣ ପୁଣି ଥରେ ଜୁନିୟର ମହାରଥୀ ଅର୍ଥାତ ପିପିଲିର ପୁଅ ରୁଦ୍ର ମହାରଥୀଙ୍କୁ ବିପୁଳ ଭୋଟରେ ଜିତାଇବେ ବୋଲି ଚର୍ଚା ହେଉଛି ଏଠି ସହିତ ପିପିଲିରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ରୁଦ୍ର ।