Sunstar Tv
ମେଷ: ରବିବାରରେ କିଛି ଭଲ ଖବର ଶୁଣିବାକୁ ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇବେ। ସୋମ,ମଙ୍ଗଳ,ବୁଧବାରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଗୁରୁ,ଶୁକ୍ର, ଶନିବାରରେ ଜଟିଳ କାର୍ଯ୍ୟକୁ ସଂପାଦନ କରିବାକୁ ସକ୍ଷମ ହେବ। ପରିବାର ସହ ସୁଖଦ ସମୟ କଟାଇବେ।
ବୃଷ: ରବିବାରରେ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ସୋମ, ମଙ୍ଗଳ, ବୁଧବାରରେ ଦାମ୍ପତ୍ୟ ଜୀବନରେ ଖୁସିର ସମ୍ଭାର ଦେଖାଦେବ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରି କଥା କୁହନ୍ତୁ। ଗୁରୁ,ଶୁକ୍ର, ଶନିବାରରେ ଭାଗୀଦାରୀ କାର୍ଯ୍ୟରେ ଲାଭବାନ ହେବେ। ସନ୍ତାନଙ୍କ ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବେ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଭଲରେ ଯିବନାହିଁ। ଆଘାତପ୍ରାପ୍ତ ହୋଇପାରନ୍ତି। ଅର୍ଥ ହାନି ହୋଇପାରେ। ବୁଧବାର ଓ ଗୁରୁବାର ପିଲାଙ୍କ ଚିନ୍ତା ବଳବତ୍ତର ରହିବ। ଧାର୍ମିକ କାର୍ଯ୍ୟରେ ମନ ଦେବେ। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ଆରାଧନା କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ। ଆୟ ବୃଦ୍ଧି ହେବ। ନୂତନ କାର୍ଯ୍ୟରେ ଯୋଗଦେବେ। ବୁଧବାର ଓ ଗୁରୁବାର ପଡ଼ୋଶୀଙ୍କ ସହ କଳହ ଦେଖାଦେବ। ଅପମାନିତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ଭ୍ରମତାପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମାନହାନି ଘଟିପାରେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ଅଗ୍ରଗତି ଦେଖାଦେବ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ହେବେ। ନୂତନ ନିଯୁକ୍ତି ମିଳିପାରେ। ସମ୍ପତ୍ତି ଲାଭ ହେବ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାରରେ ଆଶାବାଦୀ ଓ ଉତ୍ସାହିତ ରହିବେ। ସୋମ,ମଙ୍ଗଳ,ବୁଧବାରରେ ସାଙ୍ଗ ତଥା ପରିବାରବର୍ଗଙ୍କ ସହ ଆନନ୍ଦରେ ସମୟ କଟାଇବେ। ଗୁରୁ,ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସିତ ହେବେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ।
ବିଛା: ରବିବାରରେ ନିଜ ଲୋକଙ୍କ ସହଯୋଗ ପାଇବେ। ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ। ସୋମ,ମଙ୍ଗଳ,ବୁଧବାରରେ ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରିପାରନ୍ତି। ଗୁରୁ,ଶୁକ୍ର, ଶନିବାରରେ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।
ଧନୁ: ରବିବାରରେ ସମସ୍ତ ବାଧାବିଘ୍ନ ଦୂର ହେବ। କୋର୍ଟ ସମ୍ବନ୍ଧୀୟ ମାମଲାଗୁଡ଼ିକର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ହୋଇପାରେ। ସୋମ,ମଙ୍ଗଳ,ବୁଧବାରରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ପରିବାରର ପୂର୍ଣ୍ଣ ସମର୍ଥନ ମିଳିବ। ଗୁରୁ,ଶୁକ୍ର, ଶନିବାରରେ ନୂତନ ନିଯୁକ୍ତି ସୁଯୋଗ ପାଇବେ। ମହିଳାମାନେ ସ୍ବାବଲମ୍ବୀ ହେବେ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ନୂତନ ନିଯୁକ୍ତି ପାଇପାରନ୍ତି। ବୁଧବାର ଓ ଗୁରୁବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଶୁକ୍ରବାର ଓ ଶନିବାର ସଫଳତା ପ୍ରାପ୍ତହେବ। ଶତ୍ରୁ ପରାସ୍ତ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ତାରାଙ୍କ ମନ୍ତ୍ର ପାଠ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଆର୍ଥିକ ଅନଟନ ଦେଖାଦେବ। ଅଯଥା ବିବାଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ବନ୍ଧୁ ସାହାଯ୍ୟ ପ୍ରାପ୍ତହେବ। ଧାର୍ମିକ ଚିନ୍ତାଧାରା ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମୀନ: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଦାମ୍ପତ୍ୟରେ ଆନନ୍ଦ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ବୁଧବାର ଓ ଗୁରୁବାର ଜଗିରଖି ଚଳନ୍ତୁ। ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ବୁଦ୍ଧି ଓ ଜ୍ଞାନ ବଳରେ ବିପଦକୁ ଏଡ଼ାଇ ଦେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।