SUNSTARTV
ନୂଆଦିଲ୍ଲୀ : ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ସମସ୍ତେ ପ୍ରେସେସିଙ୍ଗ ଫୁଡ ଉପରେ ନିର୍ଭର କରୁଛନ୍ତି । ଫଳରେ ଦେଶରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଶିଶୁମାନଙ୍କ ଠାରୁ ଆରମ୍ଭ କରି ଯୁବପିଢି ବୟସ୍କ ବ୍ୟକ୍ତି ସମସ୍ତେ ଏବେ ପ୍ରୋସେସିଙ୍ଗ ଫୁଡ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ଜାଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଖାସ କରି ଛୋଟ ଶିଶୁଙ୍କ ଏହି ତଥ୍ୟଟି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ।ତେବେ ୨୦୧୫ମସିହାରେ ନେଷ୍ଟଲେ କ୍ୟମ୍ପାନୀ ମ୍ୟାଗିକୁ ନେଇ ଚର୍ଚ୍ଚାକୁ ଆସିଥିବା ବଳେ ବର୍ତ୍ତମାନ ପୁଣି ଥରେ ଏହି କମ୍ପାନୀ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର ସେ କଅଁଳ ଶିଶୁର ସ୍ୱାସ୍ଥ୍ୟକୁ ନେଇ ଖେଳ ଖେଳୁଥିବା ଆଲୋଚନା ହେଉଛି । ଯାହା ଜଣାପଡିବା ପରେ ଏବେ ଚିନ୍ତାରେ ଅନେକ ମା ।
ତେବେ ନିକଟରେ “ୱେବସାଇଟ୍ ପବ୍ଲିକ ଆଇ” ଏକ ରିପୋର୍ଟ ପ୍ରାକାଶ କରିଛି । ଯେଉଁଥିରେ ନେଷ୍ଟଲେ କ୍ୟମ୍ପାନୀ ତାର ବେବି ପ୍ରଡକ୍ଟ ସେରେଲାକରେ ଅଧିକ ମାତ୍ରାରେ ଚିନି ମିଶାଉଥିବା ଜଣାପଡିଛି । କିନ୍ତୁ ଚିନ୍ତାର ବିଷୟର ହେଉଛି ଏହି କମ୍ପାନୀ ଅନ୍ୟ ବିକଶୀତ ଦେଶରେ କିନ୍ତୁ ଚିନିମୁକ୍ତ ସେରେଲାକ ବିକ୍ରୀ କରୁଛି । ତେବେ ଭରତକୁ ଆସୁଥିବା ଏହି ଦ୍ରବ୍ୟରେ ୩ଗ୍ରାମ ଅଧିକ ଚିନି ଥବା ରିପୋର୍ଟରୁ ଜଣାପଡିଛି । ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ସର୍ବବୃହତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେଷ୍ଟଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ। ଏହା ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନ କେବଳ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି। କିନ୍ତୁ ଏହା ଭାରତର ସବୁ ନିୟମ ପାଳନ କରୁଥିବା କମ୍ପାନୀ କହିଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ଭାରତରେ ବିକ୍ରି ହେଉଥିବା ସମସ୍ତ ୧୫ ସେରେଲାକ ଶିଶୁ ଉତ୍ପାଦରେ ନିର୍ଦ୍ଦିଷ୍ଟ ପରିମାଣ ତଥା ହାରାହାରି ୩ ଗ୍ରାମ ଚିନି ରହିଥାଏ। ପିଲାମାନଙ୍କୁ ଏକ ସମୟରେ କେତେ ପରିମାଣର ସେରେଲାକ ଦିଆଯିବା ଉଚିତ ତାହା କମ୍ପାନୀ କହିଛି । ଆଫ୍ରିକାର ଇଥିଓପିଆ ଏବଂ ଏସିଆର ଥାଇଲ୍ୟାଣ୍ଡ ଭଳି ଦେଶରେ ୬ ଗ୍ରାମ ଚିନି ମିଳିଛି। ଏଠାରେ ଧ୍ୟାନ ଦେବା କଥା ହେଉଛି. ଯେତେବେଳେ ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନ ପରି ବିକଶିତ ଦେଶରେ ବିକ୍ରି ହୁଏ, ସେତେବେଳେ ସେଗୁଡ଼ିକରେ ଚିନି ନ ଥାଏ।
ଏଥିରୁ ନେଷ୍ଟଲେର ଚତୁରତା ସ୍ପଷ୍ଟ ବାରି ହୋଇଯାଉଛି । ଏହା ପ୍ରାୟତଃ ଦ୍ରବ୍ୟର ପ୍ୟାକେଜିଂରେ ଏଥିରେ କେତେ ଚିନି ଅଛି ସେ ସମ୍ବନ୍ଧରେ ସୂଚନା ଦେଇ ନ ଥାଏ। ରିପୋର୍ଟରେ କୁହାଯାଇଛି ଯେ ନେଷ୍ଟଲେ ଏହାର ଉତ୍ପାଦରେ ଥିବା ଭିଟାମିନ, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ବିଷୟରେ ସୂଚନା ପ୍ରଦାନ କରିଥାଏ, କିନ୍ତୁ ଯେତେବେଳେ ଚିନି ମିଶା ଯାଇଥାଏ, ସେତେବେଳେ ଏହା ଆଦୌ ସ୍ବଚ୍ଛ ନୁହେଁ। ନେଷ୍ଟଲେ ୨୦୨୨ରେ ଭାରତରେ ୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ସେରେଲାକ ଉତ୍ପାଦ ବିକ୍ରି କରିଛନ୍ତି।