ସନଷ୍ଟାରଟିଭି ବ୍ୟୁରୋ
ଆକ୍ସନ ହିରୋ ଟାଇଗର ଶ୍ରଫ୍ ଦର୍ଶକଙ୍କ ପାଇଁ ନେଇଆସୁଛନ୍ତି ଆଉ ଏକ ଆକ୍ସନ ଫିଲ୍ମ ଗଣପଥ(ପାର୍ଟ-୧) । ଯାହାର ଟିଜରର ପୋଷ୍ଟର ଗୁରୁବାର ଦିନ ରିଲିଜ ହୋଇଛି। ଅଭିନେତା ଟାଇଗର ନିଜେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଟାଇଗରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି। ଏହାସହିତ ଟିଜର ପୋଷ୍ଟରରେ ଟାଇଗରଙ୍କର ଏକ ଦମଦାର ଡାଇଲଗ୍ ‘ଆପୁନ୍ ଜବ୍ ଡରତା ହୈ, ଆପୁନ୍ ବହତ୍ ମାରତା ହୈ’ ଶୁଣିବାକୁ ମିଳିଛି। ଏହି ଫିଲ୍ମରେ ଟାଇଗର ଏକ ବକ୍ସର ଭୂମିକାରେ ନଜର ଆସିବେ।
This one is special for me, and especially for you guys! Presenting #Ganapath – get ready for more action, thrill and entertainment! #VikasBahl @vashubhagnani @jackkybhagnani @honeybhagnani @poojafilms pic.twitter.com/ujCcX5rPEt
— Tiger Shroff (@iTIGERSHROFF) November 5, 2020
ଏହି ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲ ହୋଇଥବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ବାସୁ ଭଗନାନି । ଗଣପଥର ହିରୋଇନର ନାଁ ଏବେ ବି ଜଣାପଡିନାହିଁ । ଏହି ଫିଲ୍ମରେ ଟାଇଗର ଏକ ବକ୍ସର ଭୂମିକାରେ ନଜର ଆସିବେ । ୨୦୨୨ରେ ଏହି ଫିଲ୍ମଟି ରିଲିଜ ହେବକୁ ଯାଉଛି ।ଏହି ଫିଲ୍ମ ଛଡା ଟାଇଗର ଙ୍କ ହାତରେ ବାଗି-୪ ଓ ହିରୋପନ୍ତି-୨ନାମରେ ଆଉ ଦୁଇଟି ଫିଲ୍ମ ରହିଛି ଯାହାର ସୁଟିଂ ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।