Sunstar Tv
Egg Shells benefits: ପ୍ରୋଟିନ୍ ସମୃଦ୍ଧ ଅଣ୍ଡା ଆମ ପାଇଁ କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ। କିନ୍ତୁ ଏହାର ଶେଲ୍ ତଥା ଖୋଳର ଉପକାରିତା ବିଷୟରେ ଆପଣ ଜାଣନ୍ତି କି? ଯଦି ଜାଣିନାହାଁନ୍ତି ଆସନ୍ତୁ ଜାଣିବା…
ଅଣ୍ଡା ଖୋଳ ଅଳିଆ ଭାବି ଆମେ ଫିଙ୍ଗି ଦେଇଥାଉ। କିନ୍ତୁ ସେମାନଙ୍କର ବ୍ୟବହାର ଆପଣଙ୍କ ଘରକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ। କେବଳ ଏତିକି ନୁହେଁ, ଆପଣଙ୍କ ଘରେ ଥିବା ଗଛ ପାଇଁ ଅଣ୍ଡା ଶେଲ୍ ମଧ୍ୟ ବହୁତ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…
ମଇଳା ବାସନକୁସନରେ ବ୍ୟବହାର କରନ୍ତୁ
ଯଦି ଆପଣଙ୍କ ଘରେ ଥିବା ବାସନଗୁଡିକ ବହୁତ ଜଳି ଯାଇଛି ଏବଂ ଆପଣ ଏହି ଜିଦ୍ଖୋର ଦାଗ ହଟାଇବାକୁ ଚିନ୍ତିତ ଅଛନ୍ତି କି, ତେବେ ଅଣ୍ଡା ଶେଲ୍ ମଧ୍ୟ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
ଅଣ୍ଡାର ଶେଲଗୁଡ଼ିକୁ ଭାଙ୍ଗି ମଇଳା ପାତ୍ରରେ ରଖନ୍ତୁ। ଏବେ ସେଥିରେ କିଛି ଗରମ ପାଣି ଓ ସାବୁନ ମିଶାଇ ଦିଅନ୍ତୁ। ବାସନକୁସନରୁ ମଇଳା କିଛି ସମୟ ମଧ୍ୟରେ ଗାଏବ ହୋଇଯିବ। ଏହାପରେ ବାସନକୁସନକୁ ଭଲ ଭାବରେ ସଫା କରିଦିଅନ୍ତୁ। ଯଦି ଆପଣ ବିଶ୍ୱାସ କରୁନାହଁ ତେବେ ଥରେ ଏହି ଟ୍ରିକ୍ ଚେଷ୍ଟା କରନ୍ତୁ। ଫାଇଦା ନିହାତି ମିଳିବ।
ଘରୁ କୀଟମାନଙ୍କୁ ଘଉଡାନ୍ତୁ
ବର୍ଷା ଋତୁରେ ଆପଣଙ୍କ ଘରୁ କୀଟପତଙ୍ଗକୁ ଘଉଡାଇବା ପାଇଁ ଅଣ୍ଡା ଶେଲ୍ ବ୍ୟବହାର କରିପାରିବେ। ପ୍ରଥମେ ଅଣ୍ଡାର ଶେଲ ଭାଙ୍ଗନ୍ତୁ ଏବଂ ଯେଉଁଠାରେ କୀଟପତଙ୍ଗ ବାସ କରୁଛନ୍ତି ସେଗୁଡିକୁ ସେଠାରେ ରଖିଦିଅନ୍ତୁ। ଏହା କରିବା ଦ୍ୱାରା କୀଟମାନେ ଘରୁ ପଳାଇଯିବେ।
ସାର ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ଖୋଳ
ଯଦି ଆପଣ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ନିଜ ବଗିଚାରେ ସାର ଭାବରେ ଅଣ୍ଡା ଖୋଳପା ବ୍ୟବହାର କରିପାରିବେ। ଆମ ମଧ୍ୟରୁ ଅଧିକାଂଶ ଅଣ୍ଡା ଖାଆନ୍ତି, କିନ୍ତୁ ସେଗୁଡ଼ିକୁ ଅଦରକାରୀ ଏବଂ ମୂଲ୍ୟହୀନ ମନେ କରି ଶେଲଗୁଡିକୁ ଫିଙ୍ଗିଦିଅନ୍ତି।
ଅଣ୍ଡାର ଖୋଳପାରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଯେଉଁଥିରେ କ୍ୟାଲସିୟମ୍ କାର୍ବୋନେଟ୍ ଅନ୍ତର୍ଭୁକ୍ତ। ଉଦ୍ଭିଦ ବୃଦ୍ଧି ଏବଂ ବିକାଶ ପାଇଁ ଏହା ଏକ ଅତ୍ୟାବଶ୍ୟକ ପୁଷ୍ଟିକର।
ଅଣ୍ଡାର ଖୋଳରେ ଉଦ୍ଭିଦ ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଥିବାରୁ ଏହାକୁ ସାର ଭାବରେ ବ୍ୟବହାର କରାଯାଏ। ତେବେ ଆପଣ ଏହାକୁ ବ୍ୟବହାର କରି ଘରେ ସାର ପ୍ରସ୍ତୁତ କରିପାରିବେ।
ଏହା ବ୍ୟତୀତ ବଗିଚାରେ ଅଣ୍ଡାର ଶେଲର ବ୍ୟବହାର ମଧ୍ୟ ମାଟି ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ସିଧାସଳଖ ଏବଂ ପରୋକ୍ଷ ଭାବରେ ମାଟିରେ ଥିବା ପୋଷକ ତତ୍ତ୍ୱ ଏବଂ ଉଦ୍ଭିଦଗୁଡିକର ବୃଦ୍ଧି ଏବଂ ବିକାଶ ଉପରେ ପ୍ରଭାବ ପକାଇଥାଏ।
ଯାହାଦ୍ୱାରା ବାଡ଼ିରେ ମଧ୍ୟ ଆପଣ ଅନେକ ପନିପରିବା ଏବଂ ଫଳ ଫୁଲ ଚାଷ କରିପାରିବେ। ଆପଣଙ୍କୁ ବାହାର କୌଣସି ରାସାୟନିକ ସାର ବ୍ୟବହାର କରିବାକୁ ପଡ଼ିବ ନାହିଁl
ଅଣ୍ଡା ସେଲ ମୁଖ୍ୟତଃ କ୍ୟାଲସିୟମ କାର୍ବୋନେଟରେ ଗଠିତ, ଯାହାକି କ୍ୟାଲସିୟମର ଏକ ସମୃଦ୍ଧ ଉତ୍ସ। ଉଦ୍ଭିଦ ବୃଦ୍ଧି ପାଇଁ କ୍ୟାଲସିୟମ୍ ଏକ ଅତ୍ୟାବଶ୍ୟକ ପୁଷ୍ଟିକର।
ଯେତେବେଳେ ଅଣ୍ଡାର ଖୋଳ ଖଣ୍ଡଗୁଡିକ ଚୂର୍ଣ୍ଣ ହୋଇ ମାଟିରେ ମିଶ୍ରିତ ହୁଏ, ସେମାନେ ଭାଙ୍ଗିବା ପରେ ଧୀରେ ଧୀରେ କ୍ୟାଲସିୟମ୍ ମୁକ୍ତ କରନ୍ତି, ଯାହା ଉଦ୍ଭିଦଗୁଡିକରେ କ୍ୟାଲସିୟମ୍ ଅଭାବକୁ ରୋକିବାରେ ସାହାଯ୍ୟ କରିଥାଏ।