ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆୟ ବର୍ହିଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକ ଓ ଠକେଇ ଅଭିଯୋଗରେ ତାଙ୍କ ପୁଅ ଆକାଶ ପାଠକ କିଛି ଦିନ ତଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।ତେବେ ସେମାନଙ୍କ ପାଇଁ ଆବେଦନ ହୋଇଥିବା ଜାମିନକୁ ଖାରଜ କରିଛନ୍ତି । ଜିଲ୍ଲା କୋର୍ଟର ଜର୍ଜ ଆଜି ଉଭୟଙ୍କ ଜାମିନ ଆବେଦନ ଖାରଜ କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ଝାରପଡ଼ା ଜେଲକୁ ପଠାଯାଇଛି।
ତେବେ ଆଜି ଅଭୟକାନ୍ତ ପାଠକଙ୍କ ରିମାଣ୍ଡର ଅବଧି ସରିଛି । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। କମିସନରେଟ ପୁଲିସ ଅଭୟକାନ୍ତଙ୍କୁ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲେ । ଏହି ସମୟରେ ସେ ଅନେକ ସତ ଓଗାଳିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।