SunstarTV
ବିଧାୟକ ସୁୁରେଶ ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି।ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ କଂଗ୍ରେସରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି ।
ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହେବାପରେ ଏହି ନିଷ୍ପତି ନିଆଯାଇଛି । ଏହାକୁ ନେଇ ସୁର କହିଛନ୍ତି ‘ ମୁଁ ଏହି ପଦକ୍ଷେପକୁ ହୃଦୟର ସହିତ ସ୍ବାଗତ କରୁଛି। ମୁଁ ଦଳ ପାଇଁ ପୂର୍ବପରି ନିଜର କାର୍ଯ୍ୟ ଜାରି ରଖିବି।
ସୂଚନା ମୁତାବକ କଂଗ୍ରେସ ର ଟାଣୁଆ ନେତା କହିଲେ ସୁରେଶ ରାଉତରାୟଙ୍କ ନା ନିଶ୍ଚୟ ଆସେ। ଚଳିତ ଥରକୁ ମିଶାଇ ଜଟଣୀରୁ ୬ ଥର ବିଧାୟକ ଅଛନ୍ତି ସୁର। ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜାରି କରଯାଇଛି। ବହୁଚର୍ଚ୍ଚିତ ବିଧାୟକ ସୁରେଶ ରାଉତରାୟ କଂଗ୍ରେସରେ ଥିବା ବେଳେ ତାଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢୁଛନ୍ତି।