SUNSTARTV
ଭୁବନେଶ୍ୱର: ୨୪ ସାଧାରଣ ନିର୍ବାଚନକୁ ନେଇ ସରଗାରମ ରହିଛି ରାଜ୍ୟ ରାଜନିତି । ଏହିି ନିର୍ବାଚନ କେତେକ ପୁରୁଖା ନେତାଙ୍କ ପାଇଁ ଶେଷ ନିର୍ବାଚନ ହୋଇପାରେ ତ ଆଉ କିଛି ନେତା ପୁଅମାନଙ୍କ ପାଇଁ ଛାଡୁଛନ୍ତି ବାଟ । ପ୍ରତ୍ୟେକ୍ଷ ଭାବେ ରାଜନିତୀରୁ ସନ୍ୟାସ ନେଇ ଗଢୁଛନ୍ତି ପୁଅମାନଙ୍କ ରାଜନୈତିକ ଭଭିଷ୍ୟତ । ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ଚାଲିଛି ଅଙ୍କ କସା ।ଅତିତରେ ଅର୍ଥାତ ୧୯ ନିର୍ବାଚନରେ ଏହି ଘଟଣା ଅନେକ ଦେଖିବାକୁ ମିଳିଥିବା ବେଳେ ଚଳତି ବର୍ଷ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି କିଛି ରାଜନେତାଙ୍କ ନାଁ ଏବଂ କିଛି ନାଁ ଯୋଡିହେବାର ସମ୍ଭାବନା ମଧ୍ୟ ରହିଛି । ଯେଉଁମାନେ ପୁଅମାନଙ୍କ ରାଜନୈତିକ ଭବିଷ୍ୟ ପାଇଁ ଛାଡିଛନ୍ତି ରାଜନୀତି । ଏହି ଭେଟନାର ବାପାମାନେ ରୌଦ୍ର ତାପକୁ ଖାତିର ନକରି ଚଳିତ ନିର୍ବାଚନରେ ସାଜିଛନ୍ତି ପୁଅ ରଥର ସାରଥୀ ।
ତେବେ ୨୪ ନିର୍ବାଚନରେ ରାଜ୍ୟ ରାଜନିତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପଟକୁରା ଆସନରୁ ପ୍ରାର୍ଥୀ କରିଛି । ଫଳରେ ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ତାଙ୍କ ସଂଗଠନକୁ ସୁଦୃଢ କରୁଛନ୍ତି । ଏଥିସହିତ ପାଟକୁରା ବାସୀଙ୍କୁ କରୁଛନ୍ତି ଭୋଟ ଭିକ୍ଷା । ତେବେ ରାଜ୍ୟ ରାଜନୀତିରେ ନୂଆ କରି ପାଦ ଥାପିଥିବା ଅରବିନ୍ଦଙ୍କ ପାଇଁ ବ୍ୟାକ୍ ସପୋଟ ସାଜିଛନ୍ତି ବାପା ବିଜୟ । ରାଜନୀତିର ଦୀର୍ଘ ଅଭିଜ୍ଞତାକୁ ନେଇ ପୁଅ ପାଇଁ କରୁଛନ୍ତି ଗୋଟି ଚାଳନା । ସେହିପରି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏଥର ଦଳ ଟିକେଟ ନ ଦେଇ ତାଙ୍କ ପୁଅ ଅଙ୍କିତ ଜେନାଙ୍କୁ ପ୍ରାର୍ଥୀ କରିଛି । ଫଳରେ ପୁଅର ରାଜନୀତି ନକ୍ସା ଏବଂ ବିଜୟର ଚିତ୍ର ଆଙ୍କୁଛନ୍ତି ବାପା ପ୍ରତାପ ଜେନା । କେବଳ ମାହାଙ୍ଗା ବିଧାନସଭା ନୁହେଁ ବରଂ ବଲାଙ୍ଗିରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗିରର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ପ୍ରଚାର ମଙ୍ଗ ଧରିବା ସହ ବଲାଙ୍ଗିରରେ ତାଙ୍କର ପୁରୁଣା ସଂଗଠନକୁ ସକ୍ରିୟ କରାଇଛନ୍ତି। ନିଜେ ପୁଅଙ୍କ ସମର୍ଥନରେ ଭୋଟ୍ ମାଗିବା ସହ ପୁଅଙ୍କୁ ବିଜୟ ପଗଡି ପିନ୍ଧାଇବା ପାଇଁ ଅହରହ କରୁଛନ୍ତି ପରିଶ୍ରମ ।
ରାଜ୍ୟରେ ଖରାର ଉତ୍ତାପ ଯେତିକି ବଢୁଛି ରାଜନୀତିର ତାତି ତା ଠାରୁ ଅଧିକ ବଢୁଛି । ଆଜକୁ ଠିକ୍ ଏକମାସ ପରେ ଅର୍ଥାତ ମେ ୧୩ ରୁ ଓଡିଶାରେ ଆରମ୍ଭ ହେବ ମତଦାନ ପ୍ରକ୍ରୀୟା । ଏନେଇ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ । ସମସ୍ତ ଦଳର ମୁଖିଆମାନେ ମଧ୍ୟ ଘୋଷଣା କରିସାରିଲେଣି ସେମାନଙ୍କ ପ୍ରାର୍ଥୀ ତାଲିକା । ଆଉ ପ୍ରାର୍ଥୀମାନେ ମଧ୍ୟ କରିଲେଣି ସେମାନଙ୍କ ଶକ୍ତି ପଦର୍ଶନ । ଏଥର କିନ୍ତୁ ପୁଅ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ଭେଟନାର ନେତା । ଆଉ ସାଜିଛନ୍ତି ପୁଅ ନିର୍ବାଚନ ରଥର ସାରଥୀ । ତେବେ ସମୟ ହିଁ କହିବ ଚଳିତ ବର୍ଷ କାହା ରଥ ସବାଗ୍ରେ ରହିବ ? ଆଉ କିଏ ପିନ୍ଦିବ ବିଜୟ ପଗଡି ?