Sunstar TV
ଭୁବନେଶ୍ୱର : ସମାନ୍ତରାଳ ଭାବେ କଟକ ରେ ଚାଲିଛି ବିଜେଡିର ଦୁଇ ଦୁଇଟି କାର୍ଯ୍ୟକ୍ରମ । ଯାହାକୁ ନେଇ ଏବେ କଟକ ବାରବାଟୀରେ ଜୋର୍ ଦାର୍ ହୋଇଛି ରାଜନୀତିକ ଚର୍ଚ୍ଚା । ଗୋଟିଏ ପଟେ କଟକ ଶାରଳା ଭବନରେ ମହିଳା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇ ଥିବାବେଳେ ଅନ୍ୟପଟେ ବାଲିଯାତ୍ରା ପଡିଆରେ କଟକ ଇନ କଟକ ରେ ମେୟର ଡ଼ାକିଥିଲେ ଇଦ ମିଲନ କାର୍ଯ୍ୟକ୍ରମ । ତେବେ ଉଭୟ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଓ ସାଂସଦ ପ୍ରାର୍ଥୀ ସତୃପ୍ତ ମିଶ୍ର ଉପସ୍ଥିତ ଥିବାବେଳେ ଉଭୟ ଙ୍କୁ କିପରି ବିଜୟୀ କରାଯିବ ସେ ନେଇ କର୍ମୀଙ୍କୁ ଦିଆଯାଇଥିଲା ଗୁରୁମନ୍ତ୍ର । ମହିଳା କର୍ମୀ ସମ୍ମିଳନୀ ରେ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିଲେ । କଟକରେ ବିଜେଡି ର ମହିଳା ସଂଗଠନ ସୁଦୃଢ ଦେଖି ପ୍ରାର୍ଥୀ ମାନେ ନିଶ୍ଚୟ ଉତ୍ସାହିତ ହେବେ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ । ସେହିପରି କଟକ ଇନ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଓ ସାଂସଦ ପ୍ରାର୍ଥୀ ସତୃପ୍ତ ମିଶ୍ର ଉପସ୍ଥିତ ଥିବାବେଳେ କର୍ମୀ ମାନଙ୍କୁ ନିର୍ବାଚନ ଜିତିବା ପାଇଁ ଗୁରୁମନ୍ତ୍ର ଦିଆଯାଇଥିଲା । ମେୟରଙ୍କ ଇଦ ମିଳନ କାର୍ଯ୍ୟକ୍ରମରେ ଏକାଧିକ ମହିଳା କର୍ପୋରେଟର ଉପସ୍ଥିତ ଥିଲେ । ପୃଥକ କାର୍ଯ୍ୟକ୍ରମକୁ ନେଇ ଗୋଷ୍ଠୀ କନ୍ଦଳ କଥାକୁ ଖଣ୍ଡନ କରିଛନ୍ତି ମେୟର ସୁବାସ ସିଂ । ଆମ ଭିତରେ ଭଲ ସମନ୍ୱୟ ରହିଛି କୌଣସି ବିବାଦ ନାହିଁ ଏବଂ ମହିଳା ସମାବେଶ ଏକ ରାଜନୈତିକ କାର୍ଯ୍ୟକ୍ରମ ଓ ଇଦ ମିଳନ ଏକ ସାମାଜିକ କାର୍ଯ୍ୟକ୍ରମ ବୋଲି କହିଛନ୍ତି ମେୟର । ସେହିପରି ଓସିଏ ସମ୍ପାଦକ ସଞ୍ଜୟ ବେହେରା, ରାଜ୍ୟ ସମ୍ପାଦକ ବିଶ୍ୱଜିତ ମହାନ୍ତି, କଟକ ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ ବେହେରା ଙ୍କ ସହ ବହୁ ନେତା ଯୋଗଦେଇଥିଲେ ମେୟରଙ୍କ କାର୍ଯକ୍ରମରେ । ତେବେ ନିର୍ବାଚନ ପାଖେଇ ଆସିଥିବାବେଳେ ପ୍ରଚାର ବି ବଢିଚାଲିଛି । ଏଭଳି ପୃଥକ କାର୍ଯ୍ୟକ୍ରମକୁ ଅନେକ ସମାଲୋଚନା କରିଥିବାବେଳେ ଏହାକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ଡ଼. ମିଶ୍ର । ବିଜେଡି ଏକ ବଡ଼ ଦଳ, ବହୁତ କାର୍ଯ୍ୟକ୍ରମ ଚାଲିଛି, ତେଣୁ ସମସ୍ତ ନେତୃବୃନ୍ଦ ସବୁ ସମୟରେ ଏକାଠି ଦିଶିପାରିବେ ନାହିଁ ବୋଲି କହିଛନ୍ତି ସଂତୃପ୍ତ ମିଶ୍ର । ବିଜେଡି ଦଳକୁ ନେଇ ଯେଉଁ ଆଲୋଚନା ସମାଲୋଚନା ହେଉଛି ତାହା ଗୁଜବ ଓ ଜନତାଙ୍କ ପାଇଁ ସେମାନେ ମିଳିମିଶି କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ନେତା ସର୍ବସମ୍ମୁଖରେ ପ୍ରକାଶ କରୁଛନ୍ତି