SunstarTV
ବକ୍ସସିଂ ଲିଜେଣ୍ଡ୍ ମେରି କମ୍ ବ୍ୟକ୍ତିଗତ କାରଣରୁ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ଭାରତର ଶେଫ୍-ଡି-ମିଶନ୍ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଅଧ୍ୟକ୍ଷ ପିଟି ଉଷା ଶୁକ୍ରବାର ଏହି ଘୋଷଣା କରିଛନ୍ତି । ପିଟି ଉଷାଙ୍କୁ ଲେଖିଥିବା ପତ୍ରରେ ମେରୀ କମ୍ କହିଛନ୍ତି ଯେକୌଣସି ପ୍ରକାରେ ନିଜ ଦେଶରସେବା କରିବା ମୋ ପାଇଁ ସମ୍ମାନର ବିଷୟ ଏବଂ ଏଥିପାଇଁ ମାନସିକ ରୂପେ ପ୍ରସ୍ତୁତ ଥିଲି। ତେବେ ଦୁଃଖର ବିଷୟ ହେଉଛି ଏହି ଦାୟିତ୍ଵ ତୁଲାଇବା ପାଇଁ ମୁଁ ସକ୍ଷମ ହୋଇପାରିବି ନାହିଁ ଏବଂ
ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେବାକୁ ଇଚ୍ଛାପ୍ରକାଶ କରୁଛି ।ଆଇଓଏ ଅଧ୍ୟକ୍ଷ ପିଟି ଉଷା ଏକ ବୟାନରେ କହିଛନ୍ତି, ଅଲିମ୍ପିକ୍ ପଦକ ବିଜୟିନୀ ବକ୍ସର ଏବଂ ଆଇଓଏ ଆଥଲେଟ୍କମିଶନ୍ ଅଧ୍ୟକ୍ଷ ମେରୀ କମ୍ ବ୍ୟକ୍ତିଗତ କାରଣରୁ ଦାୟିତ୍ୱରୁ ଓହରି ଯାଇଛନ୍ତି। ଆମେ ତାଙ୍କ ନିଷ୍ପଭି ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ କରୁଛୁ।
ମୁଁ ବୋର୍ଡରେ ଆଲୋଚନା ମାଧ୍ୟମରେ ଖୁବ୍ଶୀଘ୍ର ଖୁବ୍ଶୀଘ୍ର ନୂଆ ନାମତାଙ୍କ ବଦଳରେ ନାମ ଘୋଷଣା କରିବି ବୋଲି କହିଛନ୍ତି ।
ଶେଫ୍-ଡି-ମିଶନ୍ ଭାବରେ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ଛଅ ଥରର ବିଶ୍ଵ ଚାମ୍ପିଅନ୍ ତଥା ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜୟିନୀ ବକ୍ସର ମେରୀ କମ୍ଙ୍କୁ ଭାରତୀୟ ଟିମର ଲିଡର ଏବଂ ପ୍ରତିନିଧ୍ଵ ରୂପେ କାମ କରିବାର ଥିଲା।ଗେମ୍ସରେ ସେ ଦେଶର ସମସ୍ତ ଆଥଲେଟ୍ଙ୍କ ଅଂଶଗ୍ରହଣ ସହିତ କୋ-ଅର୍ଡିନେସନ୍ ଏବଂମ୍ୟାନେଜମେଣ୍ଟ୍ ଦାୟିତ୍ଵ ତୁଲାଇଥାନ୍ତେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଆଇଓଏ ମେରୀ କମ୍ଙ୍କୁ ଶେଫ୍-ଡି-ମିଶନ୍ ଭାବେ ନିଯୁକ୍ତ କରିଥିଲା।
ସୂଚନା ମୁତାବକ ପ୍ୟାରିସ୍ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୬ରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତରୁ ଏ ପର୍ଯ୍ୟନ୍ତ ୪୦ ଜଣ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ୩ ବର୍ଷ ତଳେ ଟୋକିଓରେ ଭାରତୀୟମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୋଟିଏ ସ୍ବର୍ଣ୍ଣ ସହ ୭ ପଦକ ଜିତିଥିବାରୁ ଏଥର ଉନ୍ନତ ପ୍ରଦର୍ଶନ କରିବା ଆଶା ରହିଛି।