ପୁରୀ:ଦିନକୁ ଦିନ ବଦଳୁଛି ପୁରୀ ଶ୍ରୀ ମନ୍ଦିର ନିୟମ । କେତେବେଳେ ପୋଷାକ ପରିଧାନକୁ ନେଇ ଗାଇଡ ଲାଇନ୍ ଆସୁଛି ତ ଆଉ କେତେବେଳେ ମନ୍ଦିର ଚତୁପାଶ୍ୱର୍ରେ ଥିବା ଉଠା ଦୋକାନକୁ ନେଇ ଆସୁଛି ନିୟମ । ପୂର୍ବରୁ ଏହିପରି ଅନେକ ନିୟମ ଆସିଥିବା ବେଳେ ବର୍ତ୍ତମାନ ପୁଣି ଶ୍ରୀ ମନ୍ଦିରକୁ ନେଇ ଆଉ ଏକ ନୂଆ ନିୟମ ଲାଗୁ ହୋଇଛି । ଫଳରେ କିଛି ଭକ୍ତଙ୍କ ମନରେ ଲାଗିଛି ଶକ୍ତ ଝଟକା ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ଅଣହିନ୍ଦୁ ଶ୍ରଦ୍ଧାଳୁ । ଏନେଇ ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ୨ ପ୍ରତିହାରି ସେବକଙ୍କୁ ଜଗିବା ପାଇଁ ନିୟୋଜିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ସକାଳ ଏବଂ ସନ୍ଧ୍ୟା ସମୟରେ ଏହି ପ୍ରତିହାରି ସେବକ ଦ୍ୱାରରେ ପ୍ରହରା ଦେବେ । ଏହାପରେ ପରବର୍ତ୍ତୀ ସମୟରେ ୪ ଦ୍ୱାରରେ ପ୍ରତିହାରି ସେବକଙ୍କୁ ମୁତୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରତିହାରି ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛକାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ତେବେ ମନ୍ଦିର ଭିତରେ ଆଉ ପ୍ରବେଶ କରିପରିବେ ନାହିଁ ଅଣହିନ୍ଦୁ ଭକ୍ତ ।