SUNSTARTV
ଭୁବନେଶ୍ୱର:ଆଗକୁ ହେବାକୁ ଥିବା ୨୪ ସାଧାରଣ ନିର୍ବାଚନରେ ଏକ ନୂଆ ସମିକରଣ ଦେଖିବାକୁ ମିଳିଛି । ପ୍ରତିଥର ଭଳି ଚଳିତବର୍ଷ ମଧ୍ୟ ଫୋକସରେ ରହିଛି ମଧ୍ୟ ଭୁବନେଶ୍ୱର । ଯାହାକୁ ନେଇ ସାଧାରଣରେ ଚାଲିଛି ଚର୍ଚ୍ଚା । ମଧ୍ୟ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀଙ୍କୁ ନେଇ ସମସ୍ତ ରାଜନୈତିକ ଦଳର ସମିକରଣ ପରେ ହୋଇଛନ୍ତି ପ୍ରାର୍ଥୀ ଚୟନ । ବିଜେପିରୁ ଜଗା ପ୍ରଧାନଙ୍କୁ ଟିକେଟ ମିଳିଥିବା ବେଳେ ବିଜେଡି ସୁପ୍ରିମୋ ପୁର୍ନବାର ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିଛନ୍ତି । ଫଳରେ ଏଥର ଲଢେଇ ଜେରଦାର ହେବ ବୋଲି ରାଜନୈତିକ ମହଲରେ ହେଉଛି ଆଲୋଚନା ।
ଅନ୍ୟପକ୍ଷେ ଯଦି ଅନନ୍ତ ନାରାୟଣ ଜେନାଙ୍କ ରାଜନୈତିକ କ୍ୟାରିୟର ଉପରେ ବିଶ୍ଳେଷଣ କରିବା ତେବେ ସେ ଜଣେ କରପୋରେଟର ହିସାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ମେୟର ଭାବରେ କ୍ରମାଗତ ୨ ଥର କାର୍ଯ୍ୟଭାର ତୁଲାଇଥିଲେ । ଫଳରେ ବିଜେଡି ତାଙ୍କ ଉପରେ ଭରସା କରି ୨୦୧୯ ମସିହାରେ ମଧ୍ୟ ଭୁବନେଶ୍ୱରରୁ ନିର୍ବାଚନ ଲଢିବା ପାଇଁ ଦେଇଥିଲେ ଟିକେଟ । ଆଉ ନିର୍ବାଚନରେ ଜଗା ପ୍ରଧାନଙ୍କୁ ୧୧ ହଜାର ୪୪୨ ଭୋଟରେ ପଛରେ ପକାଇ ମଧ୍ୟ ଭୁବନେଶ୍ୱରରେ ବାଜିଥିଲା ଶୁଭ ଶଙ୍ଖ । ଏହାପରେ ବିଜେଡି ସୁପ୍ରିମୋ ୨୪ରେ ନିର୍ବାଚନରେ ମଧ୍ୟ ପୁନର୍ବାର ଅନନ୍ତ ଜେନାଙ୍କ ଉପରେ ଆସ୍ଥା ପ୍ରକଟ କରି ମାରିଛନ୍ତି ମୋହର ।
ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ନେଇ ଓଡିଶା ରାଜନୀତି ବେଶ ଉଷ୍ମ ରହିଛି । ନେତାମାନଙ୍କ ଦଳ ବଦଳ ରାଜତୀତିର ଗଣିତକୁ ସମ୍ପୂର୍ଣ୍ଣ ଭୁଲ କରିଦେଉଛି । ଫଳରେ ସତ୍ତାର ସତରଞ୍ଜରେ କିଏ କେଉଁ ଗୋଟି ଚଳାଉଛି ତାକୁ ନେଇ ଚିନ୍ତାରେ ଜନତା । ତେବେ ଆଗକୁ ଦେଖିବାକୁ ବାକି ରହିଲା ଚଳିତ ନିର୍ବାଚନରେ ପ୍ରକୃତ ଜନମତ କାହା ସପକ୍ଷରେ ମିଳୁଛି ।