Sunstar Tv
Papaya leaf juice benefits: ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା କାଠିକର ପାଠ। କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସାଧାରଣତଃ ବହୁ ଲୋକେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ।
ଯାହା ଫଳରେ ଅନେକ ସମସ୍ୟା ଭୋଗିବାକୁ ପଡି଼ଥାଏ। ସେହି ସମସ୍ୟା ଗୁଡିକ ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ। ଏଥିରେ ପାଚନ ପ୍ରକ୍ରିୟା ଧିମା ହେବା ସହ ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହୋଇଥାଏ। ସମୟ ପୂର୍ବରୁ ଉପଚାର ନ କଲେ ଏହା ଜଟିଳ ରୂପ ଧାରଣ କରିଥାଏ । ନର୍ମାଲ କନ୍ଷ୍ଟିପେସନ ଧିରେ ଧିରେ କ୍ରୋନିକ କନ୍ଷ୍ଟିପେସନରେ ପରିଣତ ହୋଇଥାଏ।
ଏହାର ପ୍ରଭାବରେ ମଳଦ୍ୱାରର ଚର୍ମ ଫାଟିଯିବା ସହ ରକ୍ତସ୍ରାବ ସହ ପ୍ରବଳ କଷ୍ଟ ମଧ୍ୟ ହୋଇଥାଏ । ଯେଉଁମାନେ ଫାଇବର ଯୁକ୍ତ ଖାଦ୍ୟ ଖାଇଥାଆନ୍ତି ସେମାନେ କୋଷ୍ଠକାଠିନ୍ୟ ଯୋଗୁଁ ଅଧିକ କଷ୍ଟ ପାଇଥାଆନ୍ତି । ଅସ୍ତୁଳନ ଜୀବନଶୈଳୀ ପାଇଁ କୋଷ୍ଠକାଠିନ୍ୟ ପରି ସମସ୍ୟା ସୃଷ୍ଟି ହୋଇଥାଏ ।
ଯଦି କୋଷ୍ଠକାଠିନ୍ୟ ସମସ୍ୟା ବଢିବାକୁ ଲାଗେ ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ଯାହା ଦ୍ବାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ। ଏନେଇ କିଛି ଘରୋଇ ଉପଚାର ମଧ୍ଯ ରହିଛି, ଯାହା କରିବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
ଏଥିରୁ ଉପଶମ ପାଇବା ପାଇଁ ଅମୃତଭଣ୍ତା ବେଶ ଉପଯୋଗୀ ହୋଇଥାଏ । ଯଦି ଆପଣ ଏହି ସମସ୍ୟାରୁ ଉପଶମ ପାଇବାକୁ ଚାହୁଁଛନ୍ତି ତାହାଲେ ଅମୃତଭଣ୍ତା ପତ୍ର ସେବନ ବେଶ ଲାଭଦାୟୀ ହୋଇଥାଏ।
ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହେଉଥିଲେ ଅମୃତଭଣ୍ତାର ପତ୍ର ଏଥିଲାଗି ଲାଭଦାୟୀ ହୋଇଥାଏ । ଏଥିରେ ଅନେକ ହଜମକାରୀ ଏନଜାଇମ୍ ରହିଥାଏ, ଯାହା ହଜମ ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଏହାକୁ ସେବନ କରିବା ଦ୍ବାରା ଏସିଡ଼ିଟି ଓ ହୃଦଘାତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଅମୃତଭଣ୍ତା ପତ୍ରରେ ଭରପୂର ମାତ୍ରାରେ ଭିଟାମିନ୍ (ସି), ଭିଟାମିନ୍ (ଇ), ଭିଟାମିନ୍ (ଏ), ଭିଟାମିନ୍ (କେ) ପରି ବହୁ ଭିଟାମିନ୍ ମହଜୁଦ ରହିଥାଏ, ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ତେଣୁ ନିୟମିତ ଭାବେ ଅମୃତଭଣ୍ତା ପତ୍ର ସେବନ କରିବା ଦ୍ୱାରା ସମସ୍ତ ପେଟ ରୋଗ, ହୃଦଘାତ, ଏସିଡ଼ିଟି ଓ ଛାତିରେ ଜଳାପୋଡା଼ ଭଳି ସମସ୍ୟା ସହଜରେ ଦୂର ହୋଇଥାଏ।
ରକ୍ତ ସଫା କରେ
ଅମୃତଭଣ୍ତା ପତ୍ର ଜୁସ୍ ପିଇବା ଦ୍ୱାରା ଆପଣଙ୍କ ଶରୀରରୁ ସମସ୍ତ ମଇଳା ଦୂର ହୋଇଯିବ ଏବଂ ଆପଣଙ୍କ ରକ୍ତ ସଂପୂର୍ଣ୍ଣ ପରିଷ୍କାର ହୋଇଯିବ। ଯଦି ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ନିଶ୍ଚିତ ଭାବରେ ଅମୃତଭଣ୍ତା ପତ୍ର ଜୁସ୍ ପିଅନ୍ତୁ।
ଭିଟାମିନ୍ ସି ଏବଂ ଭିଟାମିନ୍ ଇ ପରି ଗୁଣ ଏଥିରେ ମିଳିଥାଏ, ଯାହା କୁଞ୍ଚିନ ସହ ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କୁ କ୍ଷତିକାରକ କିରଣରୁ ମଧ୍ୟ ରକ୍ଷା କରିଥାଏ।
ସୁସ୍ଥ କେଶ ପାଇଁ ଆବଶ୍ୟକ
ଯଦି ଆପଣଙ୍କର କେଶ ଝଡ଼ିବା ସମସ୍ୟା ଅଛି ତେବେ ଅମୃତଭଣ୍ତା ପତ୍ର ଜୁସ୍ ପିଅନ୍ତୁ। ଏହା ଆପଣଙ୍କ କେଶକୁ ମଜବୁତ କରିବ ଏବଂ କେଶ ଝଡ଼ିବା ବନ୍ଦ ହୋଇଯିବ।
ରୋଗ ପ୍ରତିରୋଧକ ଶକ୍ତି ଅଧିକ ଶକ୍ତିଶାଳୀ ହେବ
ଯଦି ଆପଣ ଅମୃତଭଣ୍ତା ପତ୍ର ଜୁସ୍ ପିଅନ୍ତି, ତେବେ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ।
ହଜମ ପ୍ରକ୍ରିୟା ଭଲ କରେ
ଅମୃତଭଣ୍ତା ପତ୍ର ଜୁସ୍ ମଧ୍ୟ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିବ ଏବଂ ପେଟ ସମ୍ବନ୍ଧୀୟ ସମସ୍ତ ରୋଗରୁ କୋଷ୍ଠକାଠିନ୍ୟ ଏବଂ ଝାଡ଼ା ଭଳି ରୋଗରୁ ମୁକ୍ତି ପାଇବେ।
କେମିତି କରିବେ ସେବନ :
ଏହାର ପତ୍ରକୁ ଭଲ ଭାବେ ପାଣିରେ ଧୋଇବା ପରେ କାଟି କରି ଗ୍ରାଇଣ୍ଡ୍ କରନ୍ତୁ । ଏଥିରେ ଅଳ୍ପ ପାଣି ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ଛାଣି କରି ପିଇନ୍ତୁ । ସ୍ୱାଦ ପାଇଁ ଏଥିରେ କିଛି ଲୁଣ, ଚିନି କିମ୍ବା ଗୁଣ୍ଡ ମିଶାଇ ପାରିବୋ । ଆପଣ ଏହି ରସକୁ ସପ୍ତାହରେ ୨ରୁ ୩ ଥର ପିଇ ପାରିବେ ।