SUNSTARTV
ଭୁବନେଶ୍ୱର:ଟାଟୁ କରିବା ପାଇଁ ଆଜିକାଲି ସମସ୍ତେ ପସନ୍ଦ କରୁଛନ୍ତି । ସେ ସରକାରୀ ଅଧିକାରୀ ହୁଅନ୍ତୁ କିମ୍ବା ବେସରକାରୀ । କିଏ ହାତରେ ଏହି ଟାଟୁ କରୁଛି ତ ଆଉ କିଏ ଶରୀରର ଭିନ୍ନ ଭିନ୍ନ ଜାଗାରେ କରୁଛି ଟାଟୁ । କିନ୍ତୁ ଏହି ଟାଟୁକୁ ନେଇ ବର୍ତ୍ତମାନ ଆସିଛି ନୂଆ ଏକ ଗାଇଡ ଲାଇନ୍ । ଯାହାକି ପୋଲିସ କର୍ମଚାରୀଙ୍କୁ ଚିନ୍ତାରେ ପକାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଅଧିକାରୀମାନଙ୍କ ମଧ୍ୟରେ ଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ଟାଟୁ କରିବା ମନା। ଯଦି ବାଟାଲିୟନର କୌଣସି ବି ସିପାହୀ ଟାଟୁ କରିଛନ୍ତି ତେବେ ଏହାକୁ ୧୫ ଦିନ ମଧ୍ୟରେ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ସିକ୍ୟୁରିଟି। ତାଙ୍କ କହିବା ଅନୁଯାୟୀ ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଏହି ନିୟମ ଅନ୍ୟ ପୋଲିସଙ୍କ ପାଇଁ ଲାଗୁ ନୁହେଁ।
ତେବେ ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ । କମିଶନରେଟ ପୋଲିସର କୌଣସି ଅଧିକାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ ।
ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ସେମାନଙ୍କ ପ୍ରତି ଡିପାର୍ଟମେଂଟାଲ କାର୍ଯ୍ୟାନୁଷ୍ଠାନ, ହେବ ବୋଲି ଚେତାବନୀ ଦିଆଯାଇଛି ।