Sunstar TV
ଭୁବନେଶ୍ୱର : ଆଶ୍ଵସ୍ଥ ହୋଇଛନ୍ତି ରାଜ୍ୟବାସୀ । ପ୍ରଚଣ୍ଡ ରୋୖଦ୍ରତାପରୁ ତିନି ଦିନ ହେବ ଶାନ୍ତି ମିଳିଛି । ସ୍ୱାଭାବିକ ତାପମାତ୍ରାରୁ ପ୍ରାୟ ୫- ୭ ଡିଗ୍ରୀ ତାପମାତ୍ରା କମ ରହିଛି । କାଳବୈଶାଖୀ ଦେଇଛି ସାମାନ୍ୟତମ ଉଶ୍ୱାସ, ଆଜି ମଧ୍ୟ ପୁଣି ବରଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ରାଜ୍ୟର ୧୧ ଜିଲ୍ଲାକୁ ବର୍ଷ ସମ୍ଭାବନା ରହିଛି । ଆଜି ନୁହେଁ ଆସନ୍ତା ୧୧ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା,ନୟାଗଡ଼, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡା କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ୧୧ ତାରିଖ ପରେ ତାପମାତ୍ରା ପୁଣି ୨ ରୁ ୩ ଡିଗ୍ରୀ ବଢିବା ବୋଲ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏସିଆ ଷଷ୍ଠତମ ଉତ୍ତପ୍ତ ସହର ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ତଳେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଗତ କାଲି ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବର୍ଷା ପ୍ରଭାବରେ ପ୍ରାୟ ୯ ଡିଗ୍ରୀ ସେଲ୍ସିୟସ କମିଥିବା ଦେଖାଯାଇଛି । ଦିନ ପରେ ରାତିର ତାପମାତ୍ରା ମଧ୍ୟ ପ୍ରାୟ ୧୦ ରୁ ୧୨ ଡିଗ୍ରୀ କମିଥିବା ଜଣାପଡିଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ ଏବଂ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ ଆସନ୍ତା ୧୧ ରୁ ପୂର୍ବଭଳି ତାପମାତ୍ରା ବଢିବା ସହ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।