SUNSTARTV
ଭୁବନେଶ୍ୱର:ନିର୍ବାଚନର ଶେଷ ସମୟରେ ସରୁନି ନେତାଙ୍କ ଦଳ ଡିଆଁ ପ୍ରକ୍ରୀୟା । ଏଣ୍ଡୁଅ ପରି ନେତାଙ୍କ ରଙ୍ଗ ବଦଳ ପାଇଁ ଚର୍ଚ୍ଚାରେ ଓଡିଶା ନିର୍ବାଚନ । କିଏ ଗେରୁଆ ଛାଡି ସବୁଜକୁ ଗଲାଣି ତ ଆଉ କିଏ ହାତକୁ ଛାଡି ଫୁଙ୍କିଲାଣି ଶଙ୍ଖ । ତେବେ ଏହି ଦଳ ଡିଆଁ ପ୍ରକ୍ରିୟାରେ ଆଗରେ ଥିବା ସିନେ ତାରକାଙ୍କୁ ଏହା ବର୍ତ୍ତମାନ ମହଙ୍ଗା ପଡିଛି । ପରିଚୟ ଦେଇଥିବା ଦଳକୁ ପର କରି ପଦ୍ମ ପୋଖରୀକୁ ଲମ୍ଫ ମାରିଥିବା ନେତା ଏବେ ବୁଝୁଛନ୍ତି ବିଜେଡିର ମୁଲ୍ୟ ।ଯେଉଁ ଆଶାରେ ସେମାନେ ଶାସକ ଦଳକୁ ପର କରିଥିଲେ ସେ ଆଶା ଫୁଲ ମଉଳିବା ପରି ମଉଳି ଯାଇଛି ।
ସାଧାରଣ ନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଶାସକ ଦଳରେ ସାସଂଦ ଥିବା କିଛି ନେତା ଏବେ ବିରୋଧୀ ଦଳରେ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ କିଛି ନେତାଙ୍କୁ ଏଯାଏଁ ମିଳିନି ଦାୟିତ୍ୱ । ଖାସ କରି ଏବେ ଏବେ ଦଳ ବଦଳ କରିଥିବା ୪ ସିନେ ତାରକାଙ୍କ ମଧ୍ୟରୁ ୨ ଜଣ ଙ୍କୁ ଟିକେଟ୍ ମିଳିଥିବା ବେଳେ ଏବେବି ଆଶା ଓ ଆକାକ୍ଷାଂ ଅଛନ୍ତି ଅନ୍ୟ ଜଣେ ଚିହ୍ନା ଚେହେରା । କିନ୍ତୁ ବିଜେପି ଯେ ତାଙ୍କୁ କିଛି ଦାୟତ୍ୱ ଦେବ ନା ପୁରୁଣା ପ୍ରତିଶୋଧ ନେବ ସେ ନେଇ ଆରମ୍ଭ ହେଲାଣି ଆଲୋଚନା ।
ହଁ ଆଜ୍ଞା ଆମେ କେହୁଛୁ ଅଭିନେତା ତଥା କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତଙ୍କ କଥା । ଯିଏକି କିଛି ଦିନ ତଳେ ଶୁଭ ଶଙ୍ଖ ଛାଡି ପଦ୍ମ ପଙ୍କରେ ପାଦ ଦେଇଛନ୍ତି । ଯାହାକି ତାଙ୍କୁ ବର୍ତ୍ତମାନ ମହଙ୍ଗା ପଡିଛି । ସେ ବିଜେଡି ଛାଡିବା ପରେ ସତେ ଯେପରି ହଜି ଯଇଛି ତାଙ୍କ ଚମକ । ଭାଜପାକୁ ଯିବା ପରେ ସେ ଅଲୋଡା ହୋଇ ପଡିଛନ୍ତି । ବିଜେଡିରେ ଅନୁଭବ ଆଗଧଆଡିର ନେତା ଥିବାବେଳେ ଭାଜପା ତାଙ୍କୁ ଅଣ ଦେଖା କରୁଛି କି ? ଯାହାକୁ ନେଇ ବର୍ତ୍ତମାନ ଉଷ୍ମ ହେଉଛି ରାଜ୍ୟରାଜନୀତି ।
ତେବେ ବିଜେପି ୧୪୭ ବିଧାନସଭା ଆସନରୁ ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୩୫ ଆସନ ଏଯାବତ୍ ଖାଲି ପଡିଛି । ତେବେ ଏହି ଆସନ ମଧ୍ୟରୁ ଅନୁଭବଙ୍କୁ କେଉଁ ଆସନ ମିଳିବ ନାଁ ଦଳ ତାଙ୍କୁ ଅନ୍ୟ କିଛି ଦାୟିତ୍ୱ ଦେବ ତାହା ଦେଖିବାକୁ ବାକି ରହିଲା ।