SunstarTV
ଭୁବନେଶ୍ବର: ବଳ ଗୋଟାଉଛି ବିଜେଡି । ନିଜ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଯୁବ ନେତା ମାନଙ୍କୁ କାର୍ଯ୍ୟ ବଣ୍ଟନ କରୁଛି ବିଜେଡି। ଏହାରି ଭିତରେ ବିଜୁ ଜନତା ଦଳର ଯୁବ ନେତା ଅମିତ ମଲ୍ଲିକଙ୍କୁ ଦଳ ପୁଣି ନୂଆ ଦାୟିତ୍ବ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅମିତଙ୍କୁ ଖଣ୍ଡପଡା ବିଧାସନଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ଅମିତ ମଲ୍ଲିକ ଦଳର ମୁଖପାତ୍ର ଥିବା ଦାୟିତ୍ବ ସମ୍ପାଦନ କରୁଥିବା ବେଳେ ଏବେ ନୟାଗଡ ଜିଲ୍ଲା ଖଣ୍ଡପଡା ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିବେ।