SunstarTV
ନିର୍ବାଚନ ପାଇଁ ପଡୁଛି ଉଠୁଛି ରାଜ୍ୟ ରାଜନୀତି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ୫ଟି ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତି ଦିଆଯାଇଛି। ବିଜେଡି ତାର ମାଷ୍ଟର ଷ୍ଟ୍ରୋକ ଖେଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂସଦୀୟ କ୍ଷେତ୍ର ସଂଯୋଜକଙ୍କୁ ନିଯୁକ୍ତି ଦେଇଛନ୍ତି। ଯାହା ସବୁ ନିର୍ବାଚନ ପୂର୍ବରୁ ବିଜେଡି କରେ ।
ବିଜେଡି ଉପସଭାପତି ତଥା ଇସ୍ତାହାର କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଦେବାଶିଷ ସାମନ୍ତରାୟଙ୍କୁ ଭଦ୍ରକ, ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା, ସୁଜିତ କୁମାରଙ୍କୁ କଳାହାଣ୍ଡି ଓ ସୁବାସ ଖୁଣ୍ଟିଆଙ୍କୁ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁରନ୍ତ ଏହି ନିଯୁକ୍ତି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି।