Sunstar TV
ଭୁବନେଶ୍ୱର : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ସ୍ତରରେ ରହିଛି। ସେଥିପାଇଁ ସରକାର, ରିଜର୍ଭ ବ୍ୟାଙ୍କ, ଆମଦାନିକାରୀ ଏବଂ ବିଦେଶରେ ପିଲାମାନଙ୍କୁ ପାଠପଢ଼ାଉଥିବା କିମ୍ବା ବିଦେଶ ଭ୍ରମଣରେ ଯିବାକୁ ଚାହୁଥିବା ଲୋକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ସମୟରେ ଏକ ଆମେରିକୀୟ ଡଲାର ମୂଲ୍ୟ ୮୩ ଟଙ୍କା ୪୫ ପଇସା ହୋଇଥିଲା। ଏହା ଥିଲା ଭାରତରେ ଡଲାରର ସର୍ବକାଳୀନ ସର୍ବୋଚ୍ଚ ଦାମ୍। କାରବାର ଶେଷ ବେଳକୁ ସେଥିରେ ସାମାନ୍ୟ ସୁଧାର ଘଟିବାରୁ ତାହା ୮୩ ଟଙ୍କା ୪୩ ପଇସାରେ ବନ୍ଦ ହୋଇଥିଲା। ଆମଦାନିକାରୀମାନେ ଅଧିକ ଡଲାର କିଣିବାରୁ ତାହା ମହଙ୍ଗା ହୋଇଥିଲା। ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିଥିବା ଅନୁମାନ କରାଯାଉଛି।