ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: କରୋନା ର ସ୍ଥିତି ସୁଧୁରୁଥିବା ବେଳେ ଦେଶର ସମସ୍ତ ରାଜ୍ୟପାଳ କୋଭିଡ୍ କଟକଣାରେ କିଛିଟା କୋହଳ ଆଣିଛନ୍ତି । ତବେ ତାମିଲନାଡୁରେ ଜାଲିକାଟ୍ଟୁ( ଷଣ୍ଢ ସହ ଲଢେଇ ପ୍ରତିଯୋଗିତା) ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି କି ଜାଲିକାଟ୍ଟୁରେ କେବଳ ୩୦୦ ପ୍ରତିଯୋଗୀଙ୍କୁ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରାଯିବ । ପ୍ରତ୍ୟେକ ପ୍ରତିଯୋଗୀଙ୍କର କରୋନା ପରୀକ୍ଷା କରାଯିବ ଏବଂ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ବାହାରିବ, କେବଳ ସେମାନେ ହିଁ ଏଥିରେ ଭାଗ ନେଇପାରିବେ। ଖୋଲା ପଡିଆରେ ଏହାକୁ ଆୟୋଜନ କରାଯିବ । ଯେତିକି ଦର୍ଶକ ସେଠାରେ ଉପସ୍ଥିତ ରହିବା କଥା, ତାହାର ୫୦% ଲୋକଙ୍କୁ ପ୍ରତିଯୋଗିତା ଦେଖିବା ପାଇଁ ଅନୁମତି ଦିଆଯିବ । ସମସ୍ତ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ ।