ସନ୍ଷ୍ଟାର ଟିଭି ବ୍ୟୁରୋ
ସୁବର୍ଣ୍ଣପୁର:ଆଜି ସକାଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି ପଞ୍ଚାୟତ ସଂପ୍ରସାରଣ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢାଉ କରିଥିବା ସୂଚନା ମିଳିଛି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ଡୁଙ୍ଗୁରିପାଲି ବ୍ଲକ ଚେରୁପାଲିର ପିଇଓ ଦୁର୍ଯ୍ୟୋଧନ ମେହେର । ଆଉ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ଗୁଣୁପୁର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢୀ ଭଜିଲାନ୍ସ ଜାଲରେ ଫସିଛନ୍ତି । ଉଦ୍ଧବଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଟିମ୍ । ଏଥିସହିତ ବ୍ରହ୍ମପୁର ଭିଜିଲାନ୍ସର ୫ଟି ଟିମ ଏହି ଚଢାଉରେ ସାମିଲ ହୋଇଛନ୍ତି । ଯାହା ପରେ ପିଇଓଙ୍କ ସରକାରୀ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରାଯାଇଛି । ତେବେ ଏହି ଚଢ଼ାଉ ସମ୍ବଲପୁର ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ହୋଇଛି।