Sunstar TV
ଭୁବନେଶ୍ୱର : ପୁଷ୍ପା-୨ ଫିଲ୍ମ କେବଳ ଟଲିଉଡରେ ନୁହେଁ ସମଗ୍ର ବିଶ୍ୱରେ ଚଳଚ୍ଚିତ୍ର ଦର୍ଶକଙ୍କ ପାଇଁ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଆଇକନଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୟ ତଥା ଉଜ୍ଜ୍ୱଳ ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନା ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ଦର୍ଶକ ମାନଙ୍କୁ ଟିକେ ତଡକା ଦେବା ପାଇଁ ନିର୍ମାତାମାନେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ପୁଷ୍ପା-୨ ଦି ରୁଲର ଟିଜର । ଏପ୍ରିଲ ୮ ରେ ଆଇକନଷ୍ଟାର ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିବ। ପୁଷ୍ପା ୨୦୨୧ର ସବୁଠୁ ବଡ ବ୍ୟବସାୟିକ ବ୍ଲକବଷ୍ଟର ହୋଇଥିଲା । ଅଲୁ ଅର୍ଜୁନଙ୍କ କ୍ୟାରିୟରରେ ସବୁଠାରୁ ବଡ ସଫଳତା ଦେବା ସହ ପୁଷ୍ପା ଏକ ଜାତୀୟ ପୁରସ୍କାର ଆଣିଥିବା ଚଳଚ୍ଚିତ୍ର ହୋଇଥିଲେ। ଏହି କାରଣରୁ ସିକ୍ୱେଲ ଭାବରେ ପ୍ରସ୍ତୁତ ହେଉଥିବା ପୁଷ୍ପା-୨ ଉପରେ ସମସ୍ତଙ୍କର ଆଶା। ସ୍ୱାଧୀନତା ଦିବସ ଅବସରରେ ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫, ୨୦୨୪ ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଅଲୁ ଅର୍ଜୁନଙ୍କ ସହ ଲିଡ୍ କରୁଥିବା ବେଳେ ଫାହାଦ୍ ଫାଜିଲ, ଧନୁଞ୍ଜୟ, ସୁନୀଲ, ଅନାସୁୟା ଭରଦ୍ୱାଜ ଏବଂ ଅନ୍ୟମାନେ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।