Sunstar TV
ଭୁବନେଶ୍ୱର : ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ତରଫରୁ ଅଧିରାଜ ପାଣିଗ୍ରାହୀଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା ପରେ କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି । ଆଜି ଖଡ଼ିଆଳ ସ୍ଥିତ ବିଧାୟକ କାର୍ଯ୍ୟାଳୟରେ ମିଠା ଖୁଆଇ କର୍ମୀ ମାନେ ଖୁସି ମନାଇଥିବା ବେଳେ ବ୍ଲକ ଛକରେ ବାଣ ଫୁଟାଇ ଉତ୍ସବ ମନାଇ ଥିଲେ । ଏଥର ନିଶ୍ଚିତ ବିଜେଡ଼ି ଖଡ଼ିଆଳ ବିଧାନସଭା ମଣ୍ଡଳୀରେ ଖାତା ଖୋଲିବ ଓ ବିଧାୟକ ଭାବରେ ଅଧିରାଜ ପାଣିଗ୍ରାହୀ ପୁଣିଥରେ ନିର୍ବାଚିତ ହେବେ ବୋଲି ସମର୍ଥକ ଆଶା ପ୍ରକାଶ କରିଛନ୍ତି । ଏଥିରେ ଅନେକ ପୁରୁଖା ବିଜେଡ଼ି କର୍ମୀ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଶ୍ରୀଯୁକ୍ତ ପାଣିଗ୍ରାହୀ ଗତ ମାସ ୧୯ ତାରିଖରେ କଂଗ୍ରେସ ଦଳ ଛାଡି ବିଜେଡ଼ିରେ ଯୋଗ ଦେଇଥିଲେ। ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ ବିଧାୟକ ଟିକେଟ ପାଇଁ ଆଶାୟୀ ଥିବା ବେଳେ ତାଙ୍କୁ ବିଜେଡ଼ି କଳାହାଣ୍ଡି ସାଂସଦ ପ୍ରାର୍ଥୀ ଭାବରେ ଘୋଷଣା କରି ତାଙ୍କ ସମର୍ଥକ ମାନଙ୍କ ଅସନ୍ତୋଷ ଦୂର କରିବାରେ ସମର୍ଥ ହୋଇଥିବା ବେଳେ କଂଗ୍ରେସ ଦଳରୁ ଗତ ଥର ବିଜୟୀ ହୋଇଥିବା ଅଧିରାଜ ଏଥର ବିଜେଡ଼ି ପ୍ରାର୍ଥୀ ଭାବରେ ଭୋଟରଙ୍କୁ କେତେଦୂର ମନାଇ ପାରୁଛନ୍ତି ଦେଖିବାକୁ ବାକି ରହିଲା।