Sunstar Tv
8th pay commission: ଅଷ୍ଟମ ବେତନ କମିଶନକୁ ନେଇ ସରକାରଙ୍କ ଜବାବ l କେବେ ଆସିବ ବେତନ କମିଶନ ଏ ନେଇ କହିଛନ୍ତି ସରକାର l ସପ୍ତମ ବେତନ ଆୟୋଗ ପରେ ଦେଶର ସରକାରୀ କର୍ମଚାରୀମାନେ ଅଷ୍ଟମ ବେତନ ଆୟୋଗକୁ ଅପେକ୍ଷା କରି ବସିଛନ୍ତି । ଗତ ଦଶ ବର୍ଷ ହେବ କର୍ମଚାରୀମାନେ ନୂତନ ପେ କମିଶନକୁ ଅପେକ୍ଷା କରି ରହିଛନ୍ତି l
କାରଣ ପ୍ରତି ଦଶ ବର୍ଷରେ ଏକ ପେ କମିଶନ ଗଠନ କରିଥାନ୍ତି ସରକାର । ଯାହାଦ୍ୱାରା କର୍ମଚାରୀଙ୍କ ଅନେକ କିଛି ଲାଭ ହୋଇଥାଏ l କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏହାର ସୁପାରିସ ଆଧାରରେ ହିଁ ସ୍ଥିର ହୋଇଥାଏ । ଦେଶରେ ଏପର୍ଯ୍ୟନ୍ତ ସାତୋଟି ବେତନ କମିଶନ ଗଠନ ହୋଇଛି l
ଶେଷଥର ପାଇଁ ହୋଇଥିବା ସପ୍ତମ ବେତନ ଆୟୋଗ ଫେବୃଆରୀ ୨୮, ୨୦୧୪ ରେ ଗଠିତ କରିଥିଲେ ସରକାର । ଏହି ଆୟୋଗର ସୁପାରିଶଗୁଡିକ ୨୦୧୬ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା ।
ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବା ଯୋଗୁଁ ଏକ ଖୁସି ଖବର ପାଇପାରନ୍ତି ବୋଲି ବିଶ୍ୱାସ କରାଯାଉଥିଲା। ଯାହାର ଜବାବ ଦେଇଛନ୍ତି ସରକାର l
ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ବୁଧବାର ଦିନ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ସରକାରଙ୍କର ଏ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନାହିଁ ।
ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରଦାନ କରାଯାଉଥିବା ଦରମା, ଭତ୍ତା ଓ ପେନ୍ସନ୍ର ସମୀକ୍ଷା କରିବା ପେ କମିଶନ ଗଠନ କରିବାର କୌଣସି ଆବଶ୍ୟକତା ନାହିଁ ।
ପ୍ରଚଳିତ ପେ ମ୍ୟାଟ୍ରିକ୍ସର ସମୀକ୍ଷା ଓ ସଂଶୋଧନ ପାଇଁ ଏକ ନୂତନ ବ୍ୟବସ୍ଥାରେ କାର୍ଯ୍ୟ କରାଯିବା ଉଚିତ୍ ବୋଲି ସେ କହିଛନ୍ତି । କର୍ମଚାରୀଙ୍କ ଦରମା ସେମାନଙ୍କ କାର୍ଯ୍ୟଦକ୍ଷତା ଆଧାରରେ ବୃଦ୍ଧି କରାଯିବ ନିୟମ ଅନୁଯାୟୀ ।