SunstarTV
କଂଗ୍ରେସକୁ ବଡ଼ ଝଟକା।ବରିଷ୍ଠ ନେତା ଗଣେଶ୍ବର ବେହେରା ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡ଼ିଲେ ଗଣେଶ୍ବର ବେହେରା । ସେ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସୂଚନାମୁତାବକ ପୂର୍ବତନ ମନ୍ତ୍ରୀ ଥିଲେ ଗଣେଶ୍ବର ବେହେରା ।
କେନ୍ଦ୍ରାପଡା କଂଗ୍ରେସ ରାଜନୀତିର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ଗଣେଶ୍ୱର ବେହେରା । ସେ କ୍ରମାଗତ ଭାବେ ପରାଜିତ ହେଉଥିଲେ ମଧ୍ୟ ତାଙ୍କର ଏକ ସଂଗଠନ ଆଉ ଦବଦବା ରହିଛି । ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ପୂର୍ବକ ଏକ ବିଶାଳ ରାଲି କରି ସେ ନିଜର ଉପସ୍ଥିତ ଜାହିର କରିଥିଲେ ।
କେବଳ ଏତିକି ନୁହେଁ ଜନତାଙ୍କ ସ୍ୱାର୍ଥ ହାସଲ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ସର୍ବଦା କଂଗ୍ରେସ ପାଇଁ ସ୍ୱର ଶାଣିତ କରୁଥିଲେ ।
ସୂଚନା ମୁତାବକ ୨୦୧୯ରେ ମାତ୍ର ୫ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ବିପୁଳ ଭୋଟରେ ବିଜୟୀ ହେବାକୁ ରଣନୀତି ଆରମ୍ଭ କରିଥିଲେ । କିନ୍ତୁ ନିର୍ବାଚନ ପୂର୍ବରୁ ଦଳ ଛାଡିବା ରାଜ୍ୟ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ଆଉ ଏବେ ଗଣେଶ୍ୱର କେଉଁ ଦଳକୁ ଯିବେ ତାହାକୁନେଇ ଚର୍ଚ୍ଚା ଜୋର ଧରିଛି ।