SUNSTARTV
ବଲିଉଡ ଅଭିନେତା ଅଜୟ ଦେବଗନ ଗୋଟିଏ ପରେ ଗଟିଏ ହିଟ୍ ମୁଭି ଦେଇ ଆସୁଛନ୍ତି । ତାଙ୍କର ଅନେକ ମୁଭି ଦଶର୍କଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କର ଆଉ ଏକ ମୁଭି ରିଲଜ ହେବାକୁ ଯାଉଛି । ଯାହାକୁ ନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍ସାହ । ତେବେ ଏହି ମୁଭିର ନାଁ “ମୈଦାନ” ରହିଥିବା ବେଳେ ଏହା ଏକ ସ୍ପେର୍ଶ ଡ୍ରାମା ଉପରେ ଆଧାରିତ ହୋଇଛି । ସିଙ୍ଗମ ଷ୍ଟାର ଅଜୟଦେବଗନଙ୍କ ଏହି ମୁଭି ଆଉ ୯ ଦିନ ପରେ ଦେଶର ବିଭିନ୍ନ ପ୍ରେକ୍ଷାଳରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ହିଁ ଏହି “ମୈଦାନ” ମୁଭିର ଏକ ଭିଡିଓ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଦେଖିବାକୁ ମିଳୁଛି ।
ତେବେ ବଲିଉଡ ସୁପଷ୍ଟାର ଅଜୟଦେବଗନ ମୈଦାନ ଚଳଚ୍ଚିତ୍ରର ଅନେକ ପୋଷ୍ଟର ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥି ସହିତ ଚଳଚ୍ଚିତ୍ରରେ ଥିବା ତାଙ୍କ ଭୁମିକାର ଏକ ଝଲକ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କୁ ଦେଖାଇଛନ୍ତି । ଆଜୟ ନିଜେ ହିଁ ସେହି ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ଫିଲ୍ମର ଖେଳାଳିଙ୍କ ଝଲକ ମଧ୍ୟ ସେୟାର କରିଛନ୍ତି ।
ଏହି ଭିଡିଓରେ ଅଭିନେତା ଅଜୟଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ଟିମ୍ ମଧ୍ୟ ତାଙ୍କ ସହ ପଡ଼ିଆ ଆଡକୁ
ଦୌଡୁଥିବା ନଜର ଆସିଛନ୍ତି । ତେବେ ଏହି ଭିଡିଓ ସେୟାର କରିବାବେଳେ ଅଜୟ ତାଙ୍କ କ୍ୟାପସନରେ ଲେଖିଛନ୍ତି, ମାତ୍ର ୧୧ ଦିନରେ ମଇଦାନକୁ ଆସିବେ କେବଳ ୧୧ ଜଣ । ଏହା ସହ ଫିଲ୍ମଟି ଭାରତୀୟ ଫୁଟବଲ୍ ଟିମ୍ର ମହାନ୍ ସୟଦ ଅବଦୁଲ ରହୀମ ଏବଂ ଭାରତୀୟ ଫୁଟବଲ ଉପରେ ଆଧାରିତ ହୋଇଛି । ତେବେ ଅଜୟ ଦେବଗନ ଏହି ଭିଡିଓ ସେୟାର କରିବାର ମାତ୍ର କିଛି ସମୟ ମଧ୍ୟରେ ହିଁ ଏହି ମୈଦାନ ମୁଭିଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।ଏହି ମୁଭିରେ ଅଜୟ ଦେବଗନଙ୍କ ବ୍ୟତୀତ ପ୍ରିୟମଣି, ଗଜରାଜ ରାଓ ଏବଂ ବଙ୍ଗୀୟ ଅଭିନେତା ରୁଦ୍ରାନିଲ ଘୋଷ ମୁଖ୍ୟ ଭୂମିକାରେ ଅଛନ୍ତି। ଏପ୍ରିଲ ୧୦, ୨୦୨୪ ରେ ବିଭିନ୍ନ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି ମୈଦାନ।