SUNSTARTV
ହିନ୍ଦୁ ଧର୍ମରେ ଅନେକ ରିତିନିତୀ ଓ ପ୍ରଥାପରମ୍ପରା ରହିଛି । ସେଥିମଧ୍ୟରୁ ମହିଳାଙ୍କ ୧୬ ଶୃଙ୍ଗାର ନୀତି ଅନ୍ୟତମ । ଏହି ନିତିରେ ଶଙ୍ଖା ମଙ୍ଗଳସୂତ୍ର, ଗୋଡ ମୁଦି , ସିନ୍ଦୁର ଆଦି ରହିଥାଏ । କିନ୍ତୁ ଏହି ୧୬ ଶୃଙ୍ଗାର ମଧ୍ୟରେ ସିନ୍ଦୁରକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଶାସ୍ତ୍ର ଅନୁସାରେ ବିବାହିତ ମହିଳାମାନେ ସିନ୍ଦୁର ଲଗାଇବା ଅନିବାର୍ଯ୍ୟ ହୋଇଥାଏ । କାରଣ ସିନ୍ଦୁର ଜଣେ ବିବାହିତା ମହିଳା ପାଇଁ ସୁହାଗର ପ୍ରତୀକ ବୋଲି ମନେ କରାଯାଏ । ସେହିପରି ସନାତନ ଧର୍ମ ଅନୁସାରେ ମଧ୍ୟ ଗୋଟିଏ ବିବାହ ସେତେବେଳେ ସମାପ୍ତ ହୁଏ, ଯେତେବେବେଳେ ବର କନ୍ୟା ମଥାରେ ସିନ୍ଦୁର ଦେଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ସିନ୍ଦୁରର ଆଧ୍ୟାତ୍ମିକ ମାହାତ୍ମ୍ୟ ବିଷୟରେ ଏବଂ ସୀତା ଏବଂ ସିନ୍ଦୁର ଲଗାଇବା ବେଳେ କେଉଁ ନିୟମ ମାନିବାକୁ ହୁଏ । ଆସନ୍ତୁ ଜାଣିବା ଏହି ସମ୍ପର୍କରେ ।
ସିନ୍ଦୁରର ଆଧ୍ୟାତ୍ମିକ ମାହାତ୍ମ୍ୟ:
ହିନ୍ଦୁ ଶାସ୍ତ୍ର ଅନୁସାରେ ରାମାୟଣ ସମୟରୁ ହିଁ ସିନ୍ଦୁର ସମ୍ପର୍କରେ ଉଲ୍ଲେଖ ରହିଛି । ମା ସୀତା ତାଙ୍କ ଶୃଙ୍ଗାର ରୂପେ ସିନ୍ଦୁରକୁ ବ୍ୟବହାର କରୁଥିଲେ । ଯେତେବେଳେ ହନୁମାନ ମା ସୀତାଙ୍କୁ ସିନ୍ଦୁର ବିଷୟରେ ପଚାରିଥିଲେ ସେ କହିଥିଲେ ପ୍ରଭୁ ରାମଙ୍କ ଲମ୍ବା ଆୟୁଷ ପାଇଁ ସେ ତାଙ୍କ ମଥାରେ ସିନ୍ଦୁର ଲଗାଉଛନ୍ତି । ଶାସ୍ତ୍ରର ମାନ୍ୟତା ଅନୁସାରେ ମାତା ପାର୍ବତୀ ମଧ୍ୟ ଭଗବାନ ଶିବଙ୍କ ପାଇଁ ସିନ୍ଦୁର ଲଗାଉଥିଲେ । ସେଥିପଇଁ ମା ପାର୍ବତୀଙ୍କୁ ମଧ୍ୟ ସିନ୍ଦୁର ଅର୍ପଣ କରାଯାଇଥାଏ । ସେହିପର ଠାରୁ ସିନ୍ଦୁରର ମାହାତ୍ମ୍ୟ ଅଧିକ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।
ସିନ୍ଦୁର ଲଗାଇବା ପୂର୍ବରୁ କରନ୍ତୁ ଏହି କାମ :
ଶାସ୍ତ୍ରର ମତ ଅନୁସାରେ ବିବାହିତ ମହିଳାମାନେ ସିନ୍ଦୁର ଲଗାଇବା ପୂର୍ବରୁ ପ୍ରଥମେ ମା ଗୌରୀଙ୍କୁ ନିଶ୍ଚିତ ଭାବରେ ସିନ୍ଦୁର ଅର୍ପଣ କରନ୍ତୁ । ଏହାପରେ ମା ଗୌରୀଙ୍କୁ ପାଖରୁ ସିନ୍ଦୁର ଆଣି ମଥାରେ ଲଗାନ୍ତୁ । କୁହାଯାଏ କି ଏପରି କରିବା ଦ୍ୱାରା ବିବାହିତ ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାନ୍ତି । ସେହିପରି ଯେଉଁ ମହିଳାମାନେ ତାଙ୍କ ମଥାରେ ଲମ୍ବା ସିନ୍ଦୁର ଲଗାନ୍ତି ସେମାନଙ୍କ ସ୍ୱାମୀଙ୍କୁ ସୁଖ ସମୃଦ୍ଧି ଏବଂ ସମ୍ମାନ ପ୍ରାପ୍ତି ହୋଇଥାଏ । ସେହିପରି ବିବାହିତ ମହିଳାମାନେ ସେମାନଙ୍କ ନାକ ସିଧାରେ ସିନ୍ଦୁର ଲଗାଇବା ଜରୁରୀ ହୋଇଥାଏ । ଶାସ୍ତ୍ରରେ ଏପରି ମନ୍ୟତା ଅଛି କି ଯଦି ବିବାହିତ ମହିଳା ମଥାରେ ବଙ୍କା ସିନ୍ଦୁର ଲଗାନ୍ତି ତାହାଲେ ସ୍ୱାମୀଙ୍କ ଭାଗ୍ୟ ଖରାପ ହୋଇଥାଏ ।