Sunstar TV
ଭୁବନେଶ୍ୱର : ରଙ୍ଗର ପର୍ବ ହୋଲି… ଆନନ୍ଦ ଏବଂ ଉତ୍ସାହରେ ପରିପୂର୍ଣ୍ଣ ଏହି ଉତ୍ସବ। ନାନାଦି ପଣା ସହ ଭାଙ୍ଗ ନିଶା ପୁଣି ରଙ୍ଗ ଖେଳକୁ ନନ୍ ଷ୍ଟପ୍ ମ୍ୟୁଜିକ୍ । ଯଦିଓ, ପର୍ବଟି ଏକ ଆନନ୍ଦ ଉଲ୍ଲାସର ଦିନ, ଏହାର ମଜାକୁ ଉପଭୋଗ କରିବା ସହ ତାହାରି ମଧ୍ୟରେ ନିଜ ଚର୍ମର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ । ଚର୍ମ ଶରୀରର ଏକ ସମ୍ବେଦନଶୀଳ ଅଂଶ, ହୋଲିରେ ଶୁଖିଲା କିମ୍ବା ଓଦା ରଙ୍ଗ ତ୍ୱଚା ଏବଂ କେଶକୁ ପହଞ୍ଚାଇପାରେ କ୍ଷତି।
ତେବେ ଚର୍ମରୋଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ, “ହୋଲି ସମୟରେ ଚର୍ମକୁ ବିଭିନ୍ନ ରାସାୟନିକ ପଦାର୍ଥରେ ସ୍ପର୍ଶ କରିଥାଏ । ହେଲେ କିଛି ମାତ୍ରାରେ ସଚେତନତା ଆମକୁ ସମସ୍ତ ଦିଗରୁ ସୁରକ୍ଷା ଦେବ । ରଙ୍ଗ ଏବଂ ସୂର୍ଯ୍ୟ କିରଣ ଦ୍ୱାରା ଚର୍ମ ପ୍ରଭାବିତ ହୋଇଥାଏ, ଏଥିପାଇଁ ଖରାକୁ ବାହାରିବା ପୂର୍ବରୁ ସନସ୍କ୍ରିନ ବ୍ୟବହାର କରିବା ଯାହାକି ସୂର୍ଯ୍ୟ କିରଣର କ୍ଷତିକାରକ ପ୍ରଭାବରୁ ଚର୍ମକୁ ରକ୍ଷା କରିଥାଏ। ଏହା ସହ ଚର୍ମ ରଙ୍ଗ ପ୍ରଭାବରେ ଶୁଷ୍କ ହେବ ପୂର୍ବରୁ ମଏଶ୍ଚୁରାଇଜର ଲଗାଇବା ଆବଶ୍ୟକ ।
ତେବେ ଆପଣ ହୋଲି ପୂର୍ବରୁ ନିଜକୁ କିପରି ପ୍ରସ୍ତୁତ କରିବେ ?
ଶରୀର ସୁସ୍ଥ ରଖିବା ପାଇଁ ହାଇଡ୍ରେସନ୍ ହେଉଛି ମୂଳମନ୍ତ୍ର । ହୋଲିର ପୂର୍ବ ଦିନ, ଅଧିକ ପାଣି ପିଅନ୍ତୁ ଏବଂ ଖାଦ୍ୟରେ ହାଇଡ୍ରେଟିଂ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ। ମୁଖ, ବେକ ଏବଂ ହାତ ପରି ଶରୀରର ଉନ୍ମୋଚିତ ସ୍ଥାନରେ ସନସ୍କ୍ରିନ ଏବଂ ମଏଶ୍ଚୁରାଇଜର ପ୍ରୟୋଗ କରନ୍ତୁ ।
ରଙ୍ଗ ପ୍ରଭାବରୁ କିପରି କେଶକୁ ରକ୍ଷା କରିପାରିବେ ?
କ୍ଷତିକାରକ ରଙ୍ଗରୁ କେଶ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନଡିଆ କିମ୍ବା ବାଦାମ ତେଲ ବ୍ୟବହାର କରନ୍ତୁ । ଅଧିକ ସୁରକ୍ଷା ପାଇଁ କେଶରେ କଣ୍ଡିସନର ପ୍ରୟୋଗ କରିବା ମଧ୍ୟ ଭଲ ।
ହୋଲି ସେଲିବ୍ରେସନ କରିବା ପରେ ଚର୍ମର ଯତ୍ନ କେମିତି ନେବେ ?
ଶରୀରରୁ ରଙ୍ଗ ହଟାଇବା ପାଇଁ ପ୍ରଥମେ ଅଳ୍ପ ମଏଶ୍ଚୁରାଇଜରର ବ୍ୟବହାର କରନ୍ତୁ । ପରେ ଉଷୁମ ପାଣି ସହିତ କ୍ଲିଜର୍ ବ୍ୟବହାର କରନ୍ତୁ । ଏକ ନରମ ତଉଲିଆରେ ଶରୀର ପୋଛି ନିଅନ୍ତୁ । ରଙ୍ଗ ଛଡ଼ାଇବା ପରେ ମୁହଁ ଏବଂ ଶରୀରରେ ମଏଶ୍ଚୁରାଇଜର ଲଗାନ୍ତୁ ।
ଏହି ଭଳି ପର୍ବପର୍ବାଣିରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପାଣି ପିଇବା, ଖାଦ୍ୟରେ ହାଇଡ୍ରେଟିଂ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବା ସହ ଚେହେରା ପାଇଁ ମଏଶ୍ଚୁରାଇଜର, କ୍ରିମ ଓ ହାଇଡ୍ରେଟିଂ ବଡି ସେରମ ବ୍ୟବହାର କରିବା ଉଚିତ ।