SunStarTV
ପ୍ରତିବର୍ଷ ମାର୍ଚ୍ଚ ମାସର ଅନ୍ତିମ ଶନିବାର ଆର୍ଥ ଆୱାର ପାଳନ କରାଯାଏ ।ଏହି କାର୍ଯ୍ୟକ୍ରମ ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ପ୍ରକୃତି (World Wide Fund for Nature/World Wide Fund) ଦ୍ୱାରା ପ୍ରତିବର୍ଷ ମାର୍ଚ୍ଚର ଶେଷ ଶନିବାରରେ ଆୟୋଜିତ ହୋଇଥାଏ। ବିଶ୍ବର ପ୍ରକୃତି ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଏହି ଦିନ ପ୍ରତିବର୍ଷ ପାଳନ କରାଯାଏ।
୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀରେ ଲୋକମାନେ ଘଣ୍ଟାଏ କାଳ ଲାଇଟ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ଆଉ ୨୦୦୮ ମସିହା ପରଠାରୁ ଏହାକୁ ବିଶ୍ୱସ୍ତରରେ ପାଳନ କରାଯାଇଛି । ୨୦୧୦ ମସିହାରେ ଆମେରିକାରେ ଏହାକୁ ସମର୍ଥନ ମିଳିଥିଲା । ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆୱାର ସମୟରେ ୮୦ ମେଗାୱାଟ ବିଜୁଳି ବଞ୍ଚିିପାରିଥିଲା । ୨୦୧୦ ମସିହାରୁ ରାଜ୍ୟରେ ଆର୍ଥ ଆୱାର ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆର୍ଥ ଆୱାର ପାଳନ କରିବା ସହ ଅନ୍ୟମାନଙ୍କୁ ଏହାକୁ ପାଳିବାକୁ ବାର୍ତ୍ତା ଦେଇଛନ୍ତି ।
ଏହି ଦିନର ଉଦ୍ଦେଶ୍ୟ :
ଆମ ଦିନ ପାଳନ କରିବା ପଛରେ WWF ସଂଗଠନର ଉଦ୍ଦେଶ୍ୟ ହେଉଛି ପ୍ରକୃତିର ବିନାଶକୁ ବନ୍ଦ କରିବା ଏବଂ ମାନବଜାତିର ଭବିଷ୍ୟତକୁ ଉନ୍ନତ କରିବା । ଏହି ଦିନ ମାଧ୍ୟମରେ ପୃଥିବୀର ଲୋକମାନେ ପ୍ରତିଦିନ ପ୍ରକୃତିର ହେଉଥିବା କ୍ଷତି ବିଷୟରେ ଅବଗତ ହୁଅନ୍ତି ଏବଂ ଏହାକୁ ରୋକିବା ପାଇଁ ଉଦ୍ୟମ କରିବାକୁ ପ୍ରେରଣା ଯୋଗାନ୍ତି। ପ୍ରତିବର୍ଷ, ଏହି ଦିନ ଏକ ଘଣ୍ଟା ପାଇଁ ଲାଇଟ୍ ବନ୍ଦ କରିବା ଲୋକଙ୍କ ଉପରେ ଦୀର୍ଘମିଆଦି ପ୍ରଭାବ ପକାଇଥାଏ । ଗତ ବର୍ଷ ଦିଲ୍ଲୀର ଲୋକମାନେ ମାତ୍ର ଏକ ଘଣ୍ଟା ପାଇଁ ଲାଇଟ୍ ବନ୍ଦ କରି ୧୭୧ ମେଗାୱାଟ ବିଦ୍ୟୁତ୍ ସଞ୍ଚୟ କରିଥିଲେ।
ପୃଥିବୀ ପାଇଁ ଗୋଟିଏ ଘଣ୍ଟା । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ସାଢ଼େ ୯ଟା, ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ଯ୍ୟାଳୟ ଗୁଡ଼ିକରେ ଗୋଟିଏ ଘଂଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସର ଆଲୁଅ ବନ୍ଦ ରଖିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେହିପରି ଏହି ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
ଅଷ୍ଟ୍ରେଲିଆର ସିଡନୀରେ ପରେ ଅନ୍ୟ ଦେଶ ମଧ୍ୟ ଏହି ଅଭିଯାନରେ ସମର୍ଥନ ଯୋଗେଇଲେ ଏବଂ ଏହା ବିଶ୍ୱରେ ପାଳନ କରା ଯାଉଛି ।