SUNSTARTV
ସବୁ ଅପେକ୍ଷାର ଘଟିଲା ଅନ୍ତ ।
ସବୁ ଚର୍ଚ୍ଚା ଆଲୋଚନା ଓ ପ୍ରର୍ଯ୍ୟାଲୋଚନାରେ ପଡିଲା ପୂର୍ଣ୍ଣଛେଦ ।
ସାଧାରଣ ନିର୍ବାଚନ ପୂର୍ବରୁ ଛିଡିଲା ମେଣ୍ଟ କଥା ।
ଓଡିଶାରେ ଏକାଠି ହେବେନି ବିଜେଡି ବିଜେପି ।
ଏନେଇ ପୁଣି ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ରାଜ୍ୟ ଠୁ ଦେଶ ସବୁଠି ସରଗରମ ରହିଛି ରାଜନୈତିକ ପାଣପାଗ । ବିଭିନ୍ନ ସ୍ଥାନରେ ଚାଲିଛି ଆଲୋଚନା ଓ ଚର୍ଚ୍ଚା । ଚଳିତ ବର୍ଷ କିଏ ବସିବ ଶାସନ ଗାଦିରେ ଓ ଆଉ କିଏ ଅପେକ୍ଷା କରିବ ୫ ବରଷକୁ ନେଇ ଦେଖାଦେଲାଣି ତର୍କବତର୍କ । କିନ୍ତୁ ଏହାରି ଭିତରେ ଥମିବାର ନାଁ ନେଉନାହିଁ ମେଣ୍ଟ ଚର୍ଚ୍ଚା । ଓଡିଶାରେ ବିଜେଡି ବିଜେପି ମେଣ୍ଟକୁ ନେଇ ବିରୋଧୀ ଠାରୁ ଆରମ୍ଭ କରି ସାଧାରଣ ଜନତା ଏପରି କି ଶାସକ ଦଳ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା । କଣ ହେବ ମେଣ୍ଟର ଫଳାଫଳ । ବିଜେଡି ବିଜେପି ହୋଇଯିବେ କି ଏକ । ତେବେ ଏହିସବୁ କଥାରେ ବର୍ତ୍ତମାନ ପଡିଛି ପୂର୍ଣ୍ଣଛେଦ । ଓଡିଶାରେ ହେବନି ମେଣ୍ଟ ,ରାଜ୍ୟରେ ଏକାକୀ ଲଢିବ ବିଜେପି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣିଥରେ ସୋସିଆଲ ମିଡ଼ିଆ ଏକ୍ସରେ ବଡ ବୟାନ ରଖିଛନ୍ତି । ରାଜ୍ୟରେ ଏଥର ଏକାକୀ ଲଢିବ ବିଜେପି । ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ । ଦିଲ୍ଲୀରୁ ଫେରିବା ପରେ ମନମୋହନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏଭଳି କହିଛନ୍ତି ।
ଏହା ବ୍ୟତୀତ କେନ୍ଦ୍ରରେ ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରୁଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସମଗ୍ର ଦେଶର ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ୟ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି କହିଛନ୍ତି ମନମୋହନ । ଏଥିସହିତ ସେ ଓଡିଶା ସରକାଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି । ଆଉ କହିଛନ୍ତି ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆମେ ସହମତ ହୋଇପାରୁନାହୁଁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଚଳିତ ନର୍ବାଚନରେ ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।
ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।
ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି…
— Manmohan Samal (Modi Ka Parivar) (@SamalManmohan7) March 22, 2024