SunstarTV
Plus 2 Exam Paper: ସରିଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା। ଆଜି ଠାରୁ ଆରମ୍ଭ ଯୁକ୍ତ ଦୁଇ ଖାତା ମୂଲ୍ୟାଙ୍କନ ପକ୍ରିୟା। ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ୧୧୦ଟି ଜୋନରେ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ।ପୂର୍ବ ବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ।କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍ଲାଇନରେ ହେବ। ସମୁଦାୟ ୬୯ଟି ଜୋନ୍ରେ ଅଫ୍ଲାଇନ ମୂଲ୍ୟାୟନ ଓ ୪୧ଟି ଜୋନ୍ରେ ଅନ୍ଲାଇନ୍ ମୂଲ୍ୟାୟନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ତଥା ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହେବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୪ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ ୧୫ ପର୍ଯ୍ୟନ୍ତ କରାଯିବ। ଖାତା ଦେଖା ପାଇଁ ସମୁଦାୟ ୨୮୦୦ ଜଣ ଅଧ୍ୟାପକ ଅଧ୍ୟାପିକା ମାନେ ବିଭିନ୍ନ ବିଷୟରେ ପ୍ରଥମ ପର୍ଯ୍ୟାୟ ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ କରିବେ। ସେହିପରି ଭାବରେ ସମୁଦାୟ ୩୭୦୦ ଜଣ ଅଧ୍ୟାପକ ଅଧ୍ୟାପିକା ପ୍ରଥମ ପର୍ଯ୍ୟାୟ ଅଫଲାଇନରେ ଖାତା ଦେଖିବେ।
ଅଫଲାଇନ ମୂଲ୍ୟାଙ୍କନ ୬୯ ଜୋନରେ କରାଯିବ ଏବଂ ମୋଟ ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ ୪୧ ଟି ଜୋନରେ ହେବ। ତେବେ ଅନଲାଇନରେ ମୂଲ୍ୟାଙ୍କନ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ବିଷୟରେ କରାଯିବ। ଅନ୍ୟ ସମସ୍ତ ବିଭାଗ ର ବିଷୟ ଗୁଡ଼ିକ ଅଫଲାଇନରେ କରାଯିବ।ମୋଟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି। ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି।ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରକାଶ କରିଛନ୍ତି।