Sunstar TV
ଭୁବନେଶ୍ୱର : ଆସିଲା କୁଳପତିଙ୍କ ବଡ ନିଷ୍ପତ୍ତି । ଆଧୁନିକ ତଥା ଛୋଟ ଡ୍ରେସ ପିନ୍ଧି ବିଶ୍ୱବିଦ୍ୟାଳୟକୁ ଆସିବା ମନା। ବସନ୍ତ ଉତ୍ସବ ପୂର୍ବରୁ ଜାରି ହେଲା କଡା ନିର୍ଦେଶନାମା। ବସନ୍ତ ଉତ୍ସବ ଅର୍ଥାତ ହୋଲି ପୂର୍ବରୁ ସମ୍ବଲପୁର ଭିସୁଟ ଛାତ୍ରଛାତ୍ରୀଙ୍କୁ ଦିଆଯାଇଚି କଡା ନୋଟିସ । ଖୋଦ ଭିସୁଟ କୁଳପତି ଏହି କଡା ନୋଟିସ ଜାରି କରିଛନ୍ତି । ଆସୁଛି ବସନ୍ତ ଉତ୍ସବ ଏନେଇ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ କିନ୍ତୁ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେ ନାହିଁ । ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ ଜାରି ଛାତ୍ରଛାତ୍ରୀଙ୍କୁ ନୋଟିସ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ଏହି ନିୟମ ଉଲ୍ଲଙ୍ଘନ କରିବେ ତେବେ ସେମାନଙ୍କୁ ଗେଟ୍ ଭିତରକୁ ଛଡ଼ା ନଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଧୁନିକତାର ତାଳେ ତାଳେ ଯୁବ ପିଢ଼ି ଏବେ ପାଶ୍ଚାତ୍ୟଗାମୀ ଏଣୁ ନିଜର ଐତିହ, ସଂସ୍କୃତି ଓ ପରମ୍ପରା ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ରାଜ୍ୟ ସଂସ୍କୃତିର ସ୍ଥାୟୀତ୍ୱ ବଜାୟ ରଖିବା ପାଇଁ ଏଭଳି ନିଷ୍ପତି ଗ୍ରହଣ କରାଯାଇଥିବା କୁହାଯାଇଛି ।