SUNSTARTV
ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ସାରିଲଣି ତାରିଖ ଘୋଷଣା । ପ୍ରସ୍ତୁତ ହେଲେଣି ବିଭିନ୍ନ ଦଳର ରାଜନେତା । କିଏ ଦଳ ଛାଡ଼ିଲାଣି ତା ଆଉ କିଏ ପୁଣି ଦଳକୁ ଫେରିଲାଣି । ତେବେ ଏହାରି ମଧ୍ୟରେ ତେଲେଙ୍ଗାନା ରାଜନୀତିରେ ଆସୁବାକୁ ଯାଉଛି ନୂଆ ମୋଡ । ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଛନ୍ତି ସୌନ୍ଦର୍ଯ୍ୟରାଜନ୍ । ତେବେ ତାଙ୍କର ଏହି ଇସ୍ତଫା ପଛରେ ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ସୌନ୍ଦର୍ଯ୍ୟରାଜନ୍ ତେଲଙ୍ଗାନାର ଦ୍ବିତୀୟ ରାଜ୍ଯପାଳ ଭାବେ ଗ୍ରହଣ କରିଥିଲେ ଦାୟିତ୍ବ । ତେବେ ସେ କେବଳ ଯେ ରାଜ୍ୟପାଳ ଥିଲେ ତାହା ନୁହେଁ ସେ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ ।
ପୁଡୁଚେରୀ ଲୋକଙ୍କ ସହ ସୌନ୍ଦରରାଜନ ଭଲ ସଂପର୍କ ରହିଛି । ଫଳରେ ସେ ବିଜେପିର ଲୋକସଭା ନିର୍ବାଚନରୁ ଲଢିବା ନେଇ ଅନୁମାନ କରାଯାଉଛି। ସୌନ୍ଦରରାଜନ ପୁଡୁଚେରୀର ଲୋକସଭା ଆସନ କିମ୍ବା ତାମିଲନାଡୁ ଥୁଥୁକୁଡ଼ି ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଆକଳନ କରାଯାଉଛି । ବିଜେପି ପକ୍ଷରୁ ଆସିବାକୁ ଥିବା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ଆସିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷେ ସୌନ୍ଦରରାଜନ ଦିଲ୍ଲୀରେ ଇସ୍ତଫା ଦେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ପଠାଇଛନ୍ତି। ତେବେ ଏକ ବିବୃତ୍ତିରେ ତେଲେଙ୍ଗାନା ରାଜ ଭବନ ପକ୍ଷରୁ କୁହାଯାଇଛି, “ତେଲେଙ୍ଗାନାର ମାନ୍ୟବର ରାଜ୍ୟପାଳ ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡକ୍ଟର ଶ୍ରୀମତୀ ତାମିଲାଇସାଇ ସୌନ୍ଦରାଜନ୍ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି।’’