SUNSTARTV
ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଆଜି ବସିଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ବୈଠକ ଉପରେ ରହିଥିଲା ସମସ୍ତଙ୍କ ନଜର । ତେବେ ଆଜିର ଏହି କ୍ୟାବିନେଟ୍ ବୈଠକରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ଅପରାହ୍ନରେ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । କିନ୍ତୁ ଏହା ପୂର୍ବରୁ ବସିଛି ରାଜ୍ୟ କ୍ୟାବିନେଟ ବୈଠକ, ଯାହାକି ଚଳିତ ସରକାରର ଶେଷ କ୍ୟାବିନେଟ୍ ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନଗର ଉନ୍ନୟ, ବାଣିଜ୍ୟ ଓ ପରିବହନ ସମେତ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଂଜୁରୀ ମିଳିପରେ ବୋଲି ଆଶା କରାଯାଉଥିବା ବେଳେ ୧୪ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ନିର୍ବାଚନ ତାରିଖ ଘୋଷଣା ତଥା ଆଚରଣ ବିଧି ଲାଗୁ ପୂର୍ବରୁ ଏହା ଥିଲା ରାଜ୍ୟ କ୍ୟାବିନେଟର ଶେଷ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିଛି । ତେବେ ବୈଠକରେ କେଉଁ କେଉଁ ପ୍ରସ୍ତାବ ଉପରେ ମଂଜୁରୀ ଲାଗିଛି ସେ ନେଇ ଏକ ସ୍ୱତନ୍ତ୍ର ପ୍ରେସମିଟ୍ ଆୟୋଜିତ ହୋଇଛି ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାଜ୍ୟର ସବୁ ବର୍ଗଙ୍କ ବିକାଶକୁ ଦୃଷ୍ଟିରେ ରଖି ସରକାର ନିଷ୍ପତି ନେଇଛନ୍ତି | ଫଳରେ କ୍ୟାବିନେଟରେ ଆଗତ ଏକାଧିକ ପ୍ରସ୍ତାବରୁ ୧୪ଟି ପ୍ରସ୍ତାବରେ ବାଜିଛି ମୋହର |ଏହା ପୂର୍ବରୁ ବସିଥିବା କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା । ଏହାପରେ ଆଜିର ଏହି ବୈଠକରେ ୭ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ ବାଜିଛି ମୋହର | ତେବେ ମଂଜୁର ହୋଇଥିବା ପ୍ରସ୍ତାବଗୁଡିକ ମଧ୍ୟରେ ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁ ବିଭାଗ ,ସାଧାରଣ ପ୍ରଶାସନ ବିଭାଗ ,ଉଚ୍ଚଶିକ୍ଷା ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ, ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରସ୍ତାବ ରହିଛି ।