Sunstar Tv
ଭୁବନେଶ୍ୱର : ରାଜନୀତିର ଏହି ଘଡି ସନ୍ଧି ମୁହୂର୍ତ୍ତରେ ସେ କେଉଁ ଦଳକୁ ଯିବେ ତାହା ଆଲୋଚନାର ପ୍ରସଙ୍ଗ ପାଲଟି ଥିବା ବେଳେ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଅଭିନେତା ଅରିନ୍ଦମ ରାୟ । କେବଳ ସାଧାରଣ ସଂପାଦକ ନୁହେଁ ଏହା ସହ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଅଭିନେତା ଅରିନ୍ଦମ ରାୟ ଇସ୍ତଫା ଦେଇଥିଲେ । ଇସ୍ତଫାର ମାତ୍ର କିଛି ମୁହୂର୍ତ୍ତ ବ୍ୟବଧାନରେ ପଦ୍ମ ଧରିଛନ୍ତି ଅଭିନେତା ଅରିନ୍ଦମ । ପୂର୍ବରୁ ବିଜେପି ନେତା ପ୍ରକାଶ ବେହେରା ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାକ୍ଷାତ କରିବା ପରେ ଅରିନ୍ଦମଙ୍କ ଗତି ଉପରେ ପ୍ରଶ୍ନ ଉଠିଥିଲା । ଆଜି ବାହାରିଲା ତାହାର ନିଷ୍କର୍ସ। କିଛି ସମୟ ପୂର୍ବରୁ ଅରିନ୍ଦମ ଇସ୍ତଫା ନେଇ ବିଜେଡି ସୁପ୍ରିମୋଙ୍କୁ ଲେଖିଥିଲେ ଚିଠି । ଫେସବୁକ ପେଜରେ ଏହି ଚିଠି ସେୟାର କରିଛନ୍ତି ଅରିନ୍ଦମ। ଅରିନ୍ଦମ ଶାସକ ଦଳରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ ହେଲେ ବର୍ତ୍ତମାନ ସମୟରେ ଦଳରେ କୌଣସି ଗୁରୁତ୍ୱ ମିଳୁନଥିବା ଅଭିଯୋଗ କରି ଇସ୍ତଫା ଦେଇଥିଲେ । ପୂର୍ବରୁ ଅରିନ୍ଦମଙ୍କ ରାଜନୈତିକ ଗତି ନେଇ ବରାବର ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ କୌଣସି ଉତ୍ତର ରଖିନଥିଲେ ଅରିନ୍ଦମ । ହେଲେ ଆଜିର ନିଷ୍ପତି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବା ବେଳେ ଆଉ ଏକ ଖବର ଚର୍ଚ୍ଚାରେ ଟାଣିଲା ପୂର୍ଣ୍ଣଚ୍ଛେଦ ।