Sunstar Tv
Mini Anganwadi: ସରକାରଙ୍କ ଘୋଷଣା ମୁତାବକ ଅଙ୍ଗନବାଡ଼ି କର୍ମୀଙ୍କୁ ବର୍ଦ୍ଧିତ ମାନଦେୟ ପ୍ରଦାନ କରି ସାରିଛନ୍ତି ରାଜ୍ୟ ସରକାର । ଏହାପରେ ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ବର୍ଦ୍ଧିତ ଦେୟ ପ୍ରଦାନ କରିବେ ସରକାର ।
ତୃଣମୂଳ ସେବାକର୍ମୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହାପରେ । ଏହାପରେ ଅଗ୍ରାଧିକାର ଭିତ୍ତିରେ ଅଙ୍ଗନବାଡ଼ି କର୍ମୀଙ୍କୁ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ସରକାର।
ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟରେ ପ୍ରାୟ ୧ ଲକ୍ଷ ୪୮ ହଜାର ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ । ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ମାନଦେୟ ମାସିକ ୭୫୦୦ରୁ ୧୦୦୦୦କୁ ବୃଦ୍ଧି କରିଛନ୍ତି ସରକାର । ଏହାପରେ ଖୁସି ଜାହିର କରିଛନ୍ତି ରାଜ୍ୟର ଅଙ୍ଗନବାଡ଼ି କର୍ମୀ ।
ଏହାପରେ ଅଙ୍ଗନବାଡ଼ି ସହାୟିକାଙ୍କ ମାସିକ ମାନଦେୟ ବୃଦ୍ଧି କରିଛନ୍ତି ସରକାର । ସେମାନଙ୍କ ମାସିକ ଦରମା ୫୦୦୦କୁ ବୃଦ୍ଧି କରିଥିଲେ ସରକାର । ତା ସହିତ ସେବା ନିବୃତ୍ତ ହେବାପରେ ଏହି କର୍ମୀଙ୍କୁ ୫୦ ହଜାର ଟଙ୍କା ଯୋଗାଇ ଦେବେ ସରକାର ।
ସେହିଭଳି ମିନି ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦେୟକୁ ୫୦୦୦ ଟଙ୍କାରୁ ୭୫୦୦କୁ ବୃଦ୍ଧି କରିଛନ୍ତି ନବୀନ ସରକାର । ଫଳରେ ମିନି ଅଙ୍ଗନବାଡ଼ି କର୍ମୀ ସେବା ନିବୃତ୍ତ ହେବାପରେ ୭୫୦୦୦ ଟଙ୍କା ସହୟତା ରାଶି ପାଇବେ ।