Sunstar Tv
Kalia Yojana: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । କାଳିଆ ଯୋଜନାକୁ ନେଇ ବଡ ଘୋଷଣା କରାଯିବା ପରେ ଏବେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଲାଭ ପାଇବାକୁ ଯାଉଛନ୍ତି।
ଆଜି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିବେ । ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ । ୪୬ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ ।
୧୮ ଲକ୍ଷରୁ ଅଧିକ ଭୂମିହୀନ କୃଷକଙ୍କ ପରିବାରକୁ ୩୬୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହା ସହ ୩୦ ଜିଲ୍ଲାରେ କାଳିଆ କେନ୍ଦ୍ରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଥିଲେ ଓଡ଼ିଶା ସରକାର । ଯେଉଁଥିରେ ଭୂମିହୀନ ଚାଷୀଙ୍କୁ ମିଳିବ ଫାଇଦା । ଭୂମିହୀନ ଚାଷୀଙ୍କୁ ବି ମିଳିବ ଆର୍ଥିକ ସହାୟତା ।
କାଳିଆ ଯୋଜନାର ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାରକୁ ଆଉ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ମିଳିବ । ଏ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନୂଆ ଓଡ଼ିଶାରେ କୃଷିର ବିକାଶ ପାଇଁ ‘କାଳିଆ’ ଯୋଜନାକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର। ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ₹୨,୦୦୦ ସହାୟତା ପ୍ରଦାନ ସହ ଚାଷୀଙ୍କ କଲ୍ୟାଣ ପାଇଁ ଆଗାମୀ ୩ବର୍ଷରେ ₹୬,୦୨୯.୭୦ କୋଟି ଖର୍ଚ୍ଚ ହେବ। ଚାଷ ଓ ଚାଷୀଙ୍କ ସମୃଦ୍ଧି ନୂଆ ଓଡ଼ିଶା ବିକାଶକୁ ତ୍ୱରାନ୍ୱିତ କରୁଛି।