SUNSTARTV
ମୁମ୍ବାଇ: ବଲିଉଡ ଜଗତରୁ ଆସୁଛି ଗୋଟିଏ ପରେ ଗୋଟିଏ ଖୁସି ଖବର । ଫଳରେ ବି-ଟାଉନ ବର୍ତ୍ତମାନ ଖୁସରେ ଫାଟି ପଡୁଛି । ପ୍ରଥମେ ଅଭିନେତ୍ରୀ ୟାମି ଗୌତମି ପରେ ବଲିଉଡ୍ କୁଇନ୍ ଦୀପିକା ପଦୁକୋନ ଖୁସି ଖବର ଦେଇଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ପରିଣୀତି ଚୋପ୍ରାକୁ ନେଇ ଚାଲିଛି ଚର୍ଚ୍ଚା । ତେବେ ପୂର୍ବରୁ ଦୀପିକା ଏବଂ ୟାମି ଗୌତମି ମା ହେବାକୁ ଯାଉଛନ୍ତି ବୋଲି ନିଶ୍ଚିତ ହେଇଥିଲା । କିନ୍ତୁ ବର୍ତ୍ତମାନ ପରିଣୀତି ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ, ପରିଣୀତିଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗର୍ଭବତୀ ଥିବା ସନ୍ଦେହ କରାଯାଉଛି । କିଛି ଦିନ ପୂର୍ବରୁ ପରିଣୀତଙ୍କୁ ଦେଖିବାକୁ ମିଳିଥିଲା ସେ ପୂରାପୁରି କୁଲ୍ କାଜୁଆଲ ଲୁକ୍ରେ ନଜର ଆସିଥିଲେ । କିନ୍ତୁ ତାଙ୍କ ପୋଷାକ ଦେଖି ଲୋକମାନେ ଅନୁମାନ କରିବାକୁ ଲାଗିଲେ ଯେ ପରିଣୀତି ତାଙ୍କ ବେବି ବମ୍ପ ଲୁଚାଇବା ପାଇଁ ଏପରି ଢିଲା ପୋଷାକ ପିନ୍ଧିଥିଲେ। ଫଳରେ ଅଭିନେତ୍ରୀଙ୍କ ଲୁକ ହିଁ ତାଙ୍କ ଗର୍ଭଧାରଣର ଗୁଜବକୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।
ତେବେ ପରିଣୀତିଙ୍କ ଏୟାରପୋର୍ଟ ଭିଡିଓ ସାମ୍ନାକୁ ଆସିବା ପରଠାରୁ ତାଙ୍କ ପ୍ରଶଂସକମାନେ କମେଣ୍ଟ ଦେବା ଆରମ୍ଭ କରିଦେଲେଣି । ଏହା ବ୍ୟତୀତ ସେ ଗର୍ଭବତୀ ଅଛନ୍ତି କି ନାହିଁ ମଧ୍ୟ ପ୍ରଶ୍ନ କଲେଣି । ତେବେ ଏୟାରପୋର୍ଟରେ ପରିଣୀତିଙ୍କ ଲୁକ ଏବଂ ଧୀର ଚାଲି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିସହିତ ତାଙ୍କର ସୁନ୍ଦର ହସ ମଧ୍ୟ ଲୋକଙ୍କକୁ ଏହା ଭାବବିବାକୁ ବଧ୍ୟ କରିଥିଲା ଯେ ପରିଣୀତି ଗର୍ଭବତୀ ଅଛନ୍ତି । କିନ୍ତୁ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଯେ ପରିଣୀତି ଏବଂ ରାଘବ ପିତାମାତା ହେବାକୁ ଯାଉଛନ୍ତି। ଅନ୍ୟପକ୍ଷେ ପରିଣୀତିଙ୍କୁ ନେଇ ଉଠିଥିବା ଗୁଜବ ଉପରେ ଦମ୍ପତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ପ୍ରଶଂସକମାନେ ଏହି ଖବର ନିଶ୍ଚିତ ହେବା ପାଇଁ ଅପେକ୍ଷା କରିଛନ୍ତି ।
Parineeti Chopra Arrived from the Airport ✨♥️#parineetichopra pic.twitter.com/72Ny8bYTcf
— Viral Bhayani (@viralbhayani77) March 4, 2024