Sunstar Tv
Gold price: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ିଛି ୫୮,୦୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୬୪,୪୯୦ ଟଙ୍କା ରହିଛି। ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରୁବାର ସୁନା ରେଟ୍ କମିଛି।
ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦାମ୍ କମିଛି । ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୮,୫୦୦ ଟଙ୍କା ଓ ୬୪,୮୨୦ ଟଙ୍କା ରହିଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ଥିବା ରେକର୍ଡ ହୋଇଛି ।
ରାଜଧାନୀ ଦିଲ୍ଲୀରେ ବି ସୁନା ଦର କମି ଯାଇଛି। ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୫୮,୬୫୦ ଟଙ୍କା ଓ ୬୩,୯୭୦ ଟଙ୍କା ରହିଛି।
ଅନ୍ୟପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ବି ବେଶ୍ କମିଛି। ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୪୭,୯୨୭ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି।
ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ରହିଛି । ବେଙ୍ଗାଲୁରୁରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୫୯,୪୬୦ ଟଙ୍କା ଓ ୬୪,୮୬୦ ଟଙ୍କା ରହିଛି।
ଅନ୍ୟପଟେ ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୬୪,୪୦୦ ଟଙ୍କାରେ ବିକ୍ରି ହେଉଛୁ।
ତୁରନ୍ତ ଏଠାରେ ସର୍ବଶେଷ ସୁନା ହାର ଜାଣନ୍ତୁ-
ଶନିବାର ଏବଂ ରବିବାର ବ୍ୟତୀତ ସମସ୍ତ ଦିନରେ ଆଇବିଜେ ଦ୍ୱାରା ସୁନା ଏବଂ ରୂପା ଦର ମୁକ୍ତ ହୋଇଥାଏ। ଯଦି ଆପଣ ସୁନା କିମ୍ବା ଏହାର ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ 8955664433 କୁ ଏକ ମିସ୍ କଲ ଦେଇପାରିବେ ।
ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣଙ୍କ ମୋବାଇଲରେ ମୂଲ୍ୟ ଆସିବ । ଏହା ସହିତ, କ୍ରମାଗତ ଅପଡେଟଗୁଡ଼ିକ ବିଷୟରେ ସୂଚନା ପାଇଁ ଆପଣ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ ।