କେନ୍ଦ୍ରାପଡା (SUNSTARTV):ସାଧାରଣ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସେତେ ସରଗରମ ହେଉଛି । ନିର୍ବାଚନର ନଦୀ ପାର ହେବା ପାଇଁ ନେତାମାନେ ଆପଣଉଛନ୍ତି ଅନେକ କୌଶଳ । କିଏ ଦଳ ବଦଳାଇଲାଣି ତ ଆଉ କିଏ ମିଶ୍ରଣ ପର୍ବ ଆରମ୍ଭ କଲାଣି । କିନ୍ତୁ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ଯାହାକି ରାଜ୍ୟ ରାଜନିତିରେ ହଟଚମଟ ସୃଷ୍ଟି କରିଛି । ଏଥିସହିତ କେନ୍ଦ୍ରାପଡା ରାଜନୀତିକୁ ମଧ୍ୟ ଏହା ଆହୁରି ଉଷ୍ମ କରୁଛି । ରାଜନୈତିକ ଗଡ଼ କୁହାଯାଉଥିବା ପାଟକୁରାରେ ଜିତିବାର ସମ୍ଭାବନା ରହିଛି ବିଜୁ ଜନତା ଦଳ ପକ୍ଷରେ । ଏହି ଘଡ଼ିସନ୍ଧି ମୁହୁର୍ତରେ ବିଜେଡି ଟିକେଟ କୁ ନେଇ ଆଶାୟୀ ଥିବା ଅନେକ ନେତୃତ୍ୱଙ୍କ ଭିତରୁ ସମାଜସେବୀ ଅଜୟ ରାଉତଙ୍କ ନା ସବୁଠାରୁ ଆଗରେ । ସୁନାର ପାଟକୁରା ଗଠନ ଲକ୍ଷ୍ୟ ରଖିଥିବା ନିଷ୍କଳଙ୍କ ନେତା ଭାବେ ପନ୍ଦର ବର୍ଷ ହେବ ନିରବଛିନ୍ନ ଲୋକ ସେବା କରି ଆସୁଥିବା ଅଜୟ ରାଉତ 2024 ସାଧାରଣ ନିର୍ବାଚନ ରେ ପାଟକୁରା ବିଧାୟକ ପାର୍ଥି ଟିକେଟ ପାଇବା ଏକ ରକମ ସ୍ପଷ୍ଟ ବୋଲି ଚର୍ଚ୍ଚl ହେଉଛି ।
ଅଜୟ ମଧ୍ୟ ପାଟକୁରା ନିର୍ବାଚନ ମଣ୍ଡଳୀ ର ୩ ବ୍ଲକ ଗରଦପୁର, ଡେରାବିଶ ଓ ମାର୍ଶାଘାଇ ସାତ ପଞ୍ଚାୟତ ରେ ହଜାର ହଜାର କର୍ମୀ ଙ୍କୁ ନେଇ ଜନ ସମାବେଶ କରି ନିଜ ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି. ଅଜୟ ରାଉତ ଗାଁ ରୁ ଗାଁ ବୁଲି ଲୋକ ଙ୍କ ସମସ୍ୟା ବୁଝି ସେମାନଙ୍କୁ ଯଥା ସାଧ୍ୟ ସାହାଯ୍ୟ ଯୋଗାଇ ନିଜ ସମାଜ ସେବା ର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି । ନିଜର ଦୃଢ଼ ସାଙ୍ଗଠନିକ ଦକ୍ଷତା କୁ ସେ ସାଧାରଣ ନିର୍ବାଚନ ମୈଦାନ ରେ ପ୍ରତିପାଦନ କରିବାକୁ ଯାଉ ଥିବା ବେଳେ ତାଙ୍କ ପାଇଁ ବଡ଼ ଚାଲେଞ୍ଜ ହେବେ ବରିଷ୍ଟ ନେତା ବିଜୟ ମହାପାତ୍ର ଓ ତାଙ୍କ ପୁଅ ଅରବିନ୍ଦ । ଖବର ମିଳୁଛି 2024 ସାଧାରଣ ନିର୍ବାଚନ ରେ ପାଟକୁରା ରାଜନ୍ୟତିକ ମୈଦାନ କୁ ଓଲ୍ହାଇବେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର । ଫଳରେ ବିଜୟ ଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଅରବିନ୍ଦ ଙ୍କ ଖାତାରେ ପଡିପାରେ ।
2019 ନିର୍ବାଚନ ରେ ପାଟକୁରାରେ ବିଜେଡି ପାର୍ଥି ସାବିତ୍ରୀ ଅଗ୍ରୱାଲଙ୍କ ଠୁ ବିଜୟ ମହାପାତ୍ର ପରାଜିତ ହୋଇଥିଲେ ମଧ୍ୟ ଅଠସ୍ତରୀ ହଜାର ରୁ ଉର୍ଦ୍ଧ ଭୋଟ ହାତେଇବାରେ ସେ ସଫଳ ହୋଇଥିଲେ । ବିଜୟଙ୍କ ଲୋକପ୍ରିୟତା ଅରବିନ୍ଦ ଙ୍କ ରାଜନୀତିକ କ୍ୟାରିୟର କୁ ସୁହାଇବ । ସେପଟେ ବିଜୁ ଜନତା ଦଳ ର ବିକାଶ ମୂଳକ କାର୍ଯ୍ୟ ଓ ନିଜର ସମାଜସେବା ବୋଧକ କାର୍ଯ୍ୟ କୁ ପାଥେୟ କରି ଅଜୟ ରାଉତ ପାଟକୁରା ମଇଦାନ ରେ ଅରବିନ୍ଦ ଙ୍କୁ ଟକ୍କର ଦେବେ । ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡି ର ଅପରାଜୟ ଗଡ଼ ହୋଇ ରହିଥିବା ବେଳେ ବିଜେଡି ରୁ ଅଜୟ ରାଉତ ପାର୍ଥି ହେଲେ ତାଙ୍କର ଜିତିବା ଏକ ରକମ ସ୍ପଷ୍ଟ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି।