ସନ୍ଷ୍ଟାର ଟିଭି ବ୍ୟୁରୋ
ମହାରାଷ୍ଟ୍ର: ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା କରୋନା ନିୟମ ଉଲଂଘନ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ସମେତ ଆଉ ୩୪ ଜଣଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । । ମୁମ୍ବାଇର ଏକ କ୍ଲବରେ କରୋନା ନିୟମକୁ ନମାନି ପାର୍ଟି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ସୂଚନାନୁସାରେ, ଗିରଫ ହୋଇଥିବା ୩୪ ଜଣଙ୍କ ମଧ୍ୟରେ କ୍ରିକେଟର ସୁରେଶ ରାଇନା, ଗାୟକ ଗୁରୁ ରାନ୍ଧୱା, ସୁଜେନ୍ ଖାନ୍ ଏବଂ ଅନ୍ୟମାନେ ଥିଲେ। ତେବେ ପରେ ସୁରେଶ ରାଇନା, ସୁଜେନ୍ ଖାନ୍ ଏବଂ ଗୁରୁ ରାନ୍ଧୱାଙ୍କ ସମେତ ସମସ୍ତଙ୍କୁ ଜାମିନ ମିଳିଛି |
ମୁମ୍ବାଇ ପୁଲିସର ସୂଚନା ଅନୁଯାୟୀ ସୁରେଶ ରାଇନାଙ୍କ ବ୍ୟତୀତ ଆଉ କିଛି ସେଲିବ୍ରିଟି କ୍ଲବର ପଛ ଦ୍ୱାର ଦେଇ ଖସି ପଳାଇଥିଲେ । ଆଇପିସିର ଧାରା ୧୮୮, ୨୬୯ ଏବଂ ୩୪ ଅନୁଯାୟୀ ସୁରେଶ ରାଇନାଙ୍କ ସମେତ ଏହି ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇରେ ଲକଡାଉନ୍ ନିୟମ ଜାରି କରାଯାଇଥିବାବେଳେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
Party (Nahin) Chalegi Till Six In The Morning!
A raid was conducted at a nightclub in Andheri at around 3 am, for flouting COVID prevention norms
Action has been initiated against 34 people, out of which 19 were from Delhi & Punjab, including some celebrities #NewNormal
— Mumbai Police (@MumbaiPolice) December 22, 2020