SUNSTARTV
ମୁମ୍ବାଇ: ‘ଆଇ ହେ ଆଇ ହେ ଚିଠି ଆଇ ହେ’, ‘ନା କଜରେ କି ଧାର , ନା ମୋତି ୟୋ କି ହାର’ ‘ଚାନ୍ଦି ଜେସା ରଙ୍ଗ ହେ ତେରା’ ଭଳି ସଙ୍ଗୀତ କି ବା ନଶୁଣିଛି । ଏହି ଭଳି ସଙ୍ଗୀତ ଗାଇ କେତେ ଯେ ପ୍ରେମିକ ତାଙ୍କ ଅଭିମାନୀନି ପ୍ରେମିକାକୁ ବମନେଇ ଥିବେ ତାର ହିସାବ ନାହିଁ । ତେବେ ଏଭଳି ସଙ୍ଗୀତରେ କଣ୍ଠଦାନ କରି ଲୋକଙ୍କ ମନରେ ପ୍ରେମ ସୃଷ୍ଟି କରୁଥିବା ମଣିଷଟି ଏମିତି ଯେ ଦିନେ ନିରବୀ ଯିବ କେହି କେବେ ଆଶା କରି ନଥିଲେ । କିନ୍ତୁ କଥା ଟି ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ । ଆଉ ନାହାଁନ୍ତି ମହାନ କଣ୍ଠଶୀଳ୍ପି ପଙ୍କଜ ଉଧାସ । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସେ ଦୁନିଆକୁ ଅଲବିଦା କହିଛନ୍ତି । ଫଳରେ କଳାକାର ଏବଂ ସଙ୍ଗୀତ ଜଗତରେ ଖେଳିଯାଇଛି ଶୋକର ଛାୟା ।
ତେବେ କଣ୍ଠଶୀଳ୍ପି ପଙ୍ଗଜ ଉଧାସଙ୍କ ମୃତ୍ୟୁକୁ ନେଇ । ସୂଚନା ଦେଇଛନ୍ତି ଝିଅ ନୟାବ ଉଧାସ । ସେ ତାଙ୍କ ସୋସିଆଲ ମିଡିଆରେ ବାପାଙ୍କ ଦେହାନ୍ତ କଥା ପୋଷ୍ଟ କରିଥିବା ଜଣାପଡିଛି । ତେବେ କଣ୍ଠଶୀଳ୍ପି ପଙ୍କଜ ଦୀର୍ଘଦିନ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ସେ କ୍ୟାନ୍ସର ରୋଗରେ ପିଡିତ ଥିବା ବେଳେ ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।ତେବେ ସେ କେଉଁ କ୍ୟାନ୍ସର ରୋଗଦରେ ପିଡିତ ହୋଇଥିଲେ ତାହା ଜଣାପଡି ନାହିଁ । ତେବେ ମୃତ୍ୟୁ ବେଳକୁ ପଙ୍କଜଙ୍କୁ ୭୨ବର୍ଷ ବୟସ ହୋଇଥିଲା । ପଙ୍କଜ ଅନେକ ଲୋକପ୍ରିୟ ଗଜଲ ଗାଇ ଲୋକଙ୍କ ହୃଦୟ ଜିତିଛନ୍ତି । ଏଥିସହିତ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ ପଙ୍କଜ । ତେବେ ତାଙ୍କର ବିୟୋଗ ପରେ ବଲିଉଡ ଜଗତରେ ଏବଂ ସଙ୍ଗୀତ ଜଗତରେ ଘୋଟି ଯାଇଛି ଦୁଖଃର କଳା ବାଦଲ ।