Sunstar Tv
ଆଇସକ୍ରିମ ଖାଇବାକୁ କିଏ ଅବା ଭଲ ନପାଆନ୍ତି। ଗ୍ରୀଷ୍ମ ଦିନରେ, ଥଣ୍ଡା ଆଇସ୍କ୍ରିମ ଖାଇବାର ମଜା କିଛି ଭିନ୍ନ ରହିଥାଏ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଦିନ ଶେଷରେ ଆଇସ୍କ୍ରିମ୍ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇପାରେ? ତେବେ ଆସନ୍ତୁ ଜାଣିବା ଆଇସ୍କ୍ରିମ୍ ଖାଇବାର ସାଇଡ୍ ଇଫେକ୍ଟ…
୧. ମେଦବହୁଳତା–
ଆଇସକ୍ରିମରେ ଅଧିକ ପରିମାଣର ଚିନି ଏବଂ ଫ୍ୟାଟ ମାତ୍ରା ଅଧିକ ରହିଥାଏ। ତେଣୁ ଯଦି ଆପଣ ପ୍ରତିଦିନ ରାତ୍ରି ଭୋଜନ ପରେ ଆଇସକ୍ରିମ୍ ଖାଆନ୍ତି, ତେବେ ଏହା ଦିନ ପାଇଁ ଆପଣଙ୍କର ମୋଟ କ୍ୟାଲୋରୀ ବଢ଼ାଇପାରେ, ଯାହା ମୋଟାପଣର ଆଶଙ୍କା ବଢ଼ାଇଥାଏ।
୨. ଦାନ୍ତ ସମସ୍ୟା-
ଆଇସକ୍ରିମରେ ଚିନିରେ ମାତ୍ରା ଅଧିକ, ଯାହା ବ୍ୟାକ୍ଟେରିଆକୁ ଖୁରାକ ଯୋଗାଇଥାଏ ଏବଂ ଦାନ୍ତ ସମସ୍ୟା ଉପୁଜିପାରେ। ରାତିରେ ଶୋଇବା ପୂର୍ବରୁ ଆଇସକ୍ରିମ୍ ଖାଇବା ଦ୍ୱାରା ଏହି ସମସ୍ୟା ଆହୁରି ଖରାପ ହୋଇପାରେ, କାରଣ ରାତିରେ ଲାଳର ଉତ୍ପାଦନ କମ୍ ହୋଇଥାଏ। ଏଥିପାଇଁ ଅଧିକ ଆଇସକ୍ରିମ ଖାଇବା ଦ୍ବାରା ଦାନ୍ତ ସମସ୍ୟା ଉପୁଜେ।
୩. ସୁଗାର ଲେଭଲ ବଢ଼େ-
ରାତିରେ ଆଇସ୍କ୍ରିମ୍ ଖାଇବା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରା ସ୍ତର ବଢ଼ିପାରେ, ଯାହା ଆପଣଙ୍କ ମଧୁମେହ ହେବାର ଆଶଙ୍କା ବଢ଼ାଇପାରେ।
୪. ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଯାଏ-
ରାତ୍ରୀ ଭୋଜନ ପରେ ଆଇସକ୍ରିମ୍ ଖାଇବା ଦ୍ୱାରା ପେଟରେ ଏସିଡିଟି ଏବଂ ଗ୍ୟାସ୍ ହୋଇପାରେ, ବିଶେଷତଃ ଯେଉଁମାନଙ୍କର ହଜମ ଦୁର୍ବଳ ହୋଇଥାଏ।
୫. ହୃଦରୋଗ-
ଆଇସକ୍ରିମରେ ଫ୍ୟାଟ ପରିମାଣ ଅଧିକ ରହିଥାଏ, ଯାହା କୋଲେଷ୍ଟ୍ରଲ ବଢ଼ାଇପାରେ। ଯଦି ଆପଣ ନିୟମିତ ଭାବେ ଆଇସ୍କ୍ରିମ୍ ଖାଆନ୍ତି, ତେବେ ଏହା ଆପଣଙ୍କ ହୃଦୟକୁ କ୍ଷତି ପହଞ୍ଚାଇପାରେ।
ସର୍ବୋତ୍ତମ ସମାଧାନ ହେଉଛି ଯେ ଆମେ ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଏବଂ ଆଇସ୍କ୍ରିମ୍ ପରି ମିଠା ଗ୍ରହଣକୁ ସୀମିତ କରିବା ଉଚିତ୍। ମନେରଖ, ସୁସ୍ଥ୍ୟାଠୁ କୌଣସି ବଡ଼ ସମ୍ପତ୍ତି ନାହିଁ।