ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦିନକୁ ଦିନ ଓଡିଶାରେ ପାରଦ ତଳକୁ ତଳ ଖସିବାରେ ଲାଗିଛି । ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ବବଳ ଶୀତ ଅନୁଭୂତ ହେଉଛି । ତେବେ ଗତ ରାତିରେ ୪ ଡିଗ୍ରୀ ତଳେ ରହିଥିଲା ଫୁଲବାଣୀ । ତେବେ ରାଜ୍ୟର ୧୨ ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ତାପମାତ୍ରା ୫.୫ ଡିଗ୍ରୀ ରହିଥିଲା । କୋରାପୁଟରେ ୬.୬, ଭବାନୀପାଟଣାରେ ୭.୨, ଝାରସୁଗୁଡାରେ ୭.୫, ବାରିପଦାରେ ୮.୫, ବଲାଙ୍ଗିରରେ ୮.୮, ଟିଟଲାଗଡରେ ୯, ସୋନପୁରରେ ୯.୨, କେନ୍ଦୁଝରରେ ୯.୩ ଏବଂ ବୌଦ୍ଧରେ ୯.୫ ଡିଗ୍ରୀ ସେଲସିୟସ ରହିଥିଲା ।
ତେବେ ଟ୍ଵିନ ସିଟି କଟକ ଓ ଭୁବନେଶ୍ଵରର ତାପମାତ୍ରା ଯଥାକ୍ରମେ ୧୦.୫ ଓ ୧୧.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା । ତେବେ ଆଜି ସକାଳେ ମଧ୍ୟ କୁହୁଡି ସହ ପ୍ରବଳ ଶୀତ ଅନୁଭୂତ ହୋଇଛି ।
#ଅନୁଗୁଳରେ #ତୀବ୍ର–#ଶୀତଲହରୀ, #ସୁନ୍ଦରଗଡ଼, #ଝାରସୁଗୁଡା,#କୋରାପୁଟ ଏବଂ #କଳାହାଣ୍ଡି ରେ #ଶୀତଲହରୀ
#ଫୁଲବାଣୀ ୪ #ଦାରିଙ୍ଗବାଡି ୫.୫ #ଅନୁଗୁଳ ୬ #କୋରାପୁଟ ୬.୬ #ଝାରସୁଗୁଡା ୭.୫ #ଭବାନୀପାଟଣା ୭.୨ #ବାରିପଦା ୮.୫ #ବଲାଙ୍ଗୀର ୮.୮ #ଟିଟଲାଗଡ ୯ #ସୋନପୁର ୯.୨ #କେନ୍ଦୁଝର ୯.୩ ଏବଂ #ବୌଦ୍ଧ ୯.୫
କଟକ ୧୦.୫ ଭୁବନେଶ୍ୱର ୧୧.୭ pic.twitter.com/pG2SlP5VKN— Meteorological Centre, Bhubaneswar (@mcbbsr) December 22, 2020