SunstarTV
ପୁଣି ଥରେ ଭାରତ ରାଜକୋଟ ଟେଷ୍ଟରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ୫୫୭ ରନର ଲକ୍ଷ୍ୟରେ ଇଂଲଣ୍ଡ ମଇଦାନରେ ଓହ୍ଲାଇଥିବା ବେଳେ ଦଳ ଦ୍ୱିତୀୟ ଇନିଂସରେ ୧୧୨ ରନରେ ଅଲ ଆଉଟ୍ ହୋଇଛି । ଏହି ପରିପ୍ରେକ୍ଷୀରେ, ରାଜକୋଟରେ ଚାଲିଥିବା ଟେଷ୍ଟ ମ୍ୟାଚକୁ ୪୩୪ ରନ୍ ବ୍ୟବଧାନରେ ଜିତି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ଭାରତ ୨-୧ ଅଗ୍ରଣୀ ହାସଲ କରିଛି। ରନ୍ ଦୃଷ୍ଟିରୁ ଏହା ହେଉଛି ଭାରତର ସବୁଠାରୁ ବଡ ବିଜୟ। ଚାରି ଦିନ ମଧ୍ୟରେ ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ତୃତୀୟ ଟେଷ୍ଟ ମ୍ୟାଚ୍ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ ।
ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୮ ରନରେ ପରାସ୍ତ କରିଛି। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ନିଜର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରି ପୁଣି ବିଜୟ ହୋଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି। ରାଜକୋଟରେ ଭାରତୀୟ ଦଳ ଅଧିକ ଆକ୍ରମଣାତ୍ମକ କ୍ରିକେଟ୍ ଖେଳି ଇଂଲଣ୍ଡକୁ ୪୩୪ ରନ୍ ରେ ଜିତିଥିଲା।
୫୫୭ ରନର ଲକ୍ଷ୍ୟକୁ ପଛରେ ପକାଇ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୧୨୨ରନ୍ ରେ ଅଲ ଆଉଟ୍ ହୋଇଥିଲେ । ଭାରତ ପାଇଁ ଦ୍ୱିତୀୟ ଇନିଂସରେ ଓପନର୍ ଯଶସ୍ୱୀ ଜୈସୱାଲ ୨୧୪ ରନ୍ କରି ନଥିବା, ଶୁଭମାନ ଗିଲ ୯୧ ଓ ସାରଫରାଜ ଖାନ ୬୮ ରନ ସ୍କୋର କରିଥିଲେ ।